csstore

ବିଜେପି ଗଡ଼ର ଆତ୍ମ ସମ୍ମାନ ରଖିବାକୁ ଯାଉଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ ଅନିମା ଦାସ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼ ଭାବରେ ସାରା ଓଡିଶାରେ ପରିଚିତ ଥିଲା ଗତ ବିଧାନସଭା ନିର୍ବାଚନରେ ବିଜେଡି ଏହି ଗଡ଼କୁ ଧସେଇ ପଶି ଦୁର୍ଗକୁ ଭୁଶୁଡାଇ ଥିଲା । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ଗଡ଼ରେ ବିଜେଡି କାୟାବିସ୍ତାର କରିଯାଉଥିବା ବେଳେ ପୁନର୍ବାର ଉକ୍ତ ଗଡ଼ର କିଛିଟା ସଂମ୍ମାନ ରଖିବା ପାଇଁ ଜୋନ ନଂ ୨୬ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଅନିମା ଦାସ ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଯମୁନା ରଣାଙ୍କ ଠାରୁ ୫୧୫ ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି । ଏବେ ଏହି ଜୋନର ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିଛି ।

jayashree
Leave A Reply

Your email address will not be published.