oom

ଡାହିମାଲରେ ୫୨ ଜଣଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ ପ୍ରମାଣ ପତ୍ର ବଣ୍ଟନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୫ ତାରିଖ ଦିନ ଦେଓଗାଁ ବ୍ଲକ ଲଣ୍ଡାପଥର ପଞ୍ଚାୟତର ଡାହିମାଲ ଗାଁରେ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ସହାୟତାରେ ଓ ବାଏଫ ଦ୍ୱାରା ପରିଚାଳିତ ଜଳସମୃଦ୍ଧି ଯୋଜନା ଆନୁକୂଲ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭାରତୀୟ ଏଗ୍ରୋଇଣ୍ଡରଷ୍ଟ୍ରିଜ ପାଉଣ୍ଡସେନ(ବାଏଫ), ବଲାଙ୍ଗିର ବରିଷ୍ଠ କ୍ଷେତ୍ର ଅଧିକାରୀ ବିବେକ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଳ ସମୃଦ୍ଧି ଯୋଜନାର ଜିଲ୍ଲା ଯୁଗ୍ମ ପ୍ରୋଗ୍ରାମ ଅଫିସର ସତ୍ୟବ୍ରତ ସାହୁ, ସୁକାନ୍ତ କୁମାର, ବଜେନ୍ଦ୍ର ଲିମା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲଣ୍ଡାପଥର ପଞ୍ଚାୟତର ଡାହିମାଲ ସମେତ ରୁଗୁଡ଼ିପାଲି, ଡୁମ୍ବେରଜୋର ଓ ଝିକେରମାଲ ଗାଁର ୫୨ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦେବା ସହ ବୁନ୍ଦା ଜଳ ସେଚନ ପ୍ରଣାଳୀ, ଜୈବିକ ଖତ, ମୃତ୍ତିକ ସର୍ବେକ୍ଷଣ ତଥ୍ୟ ଓ ଚାଷ ପରିଚାଳନା ବିଷୟରେ ଅବଗତ କରିବା ସହ କୃଷି ଉତ୍ପାଦିତ ସାମଗ୍ରୀକୁ କିପରି ବଜାରରେ ବିକ୍ରୟ କରାଯାଇ ପାରିବ ସେଥିପ୍ରତି ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମୟରେ ଗୋଷ୍ଠୀ ପ୍ରଶିକ୍ଷକ ସୈନ୍ୟ ଭୂଏ, ବେଦପତି ଖୁଟଲା, ପ୍ରକାଶ ଭୂଏ, ହୁମାୟୁନ ଭୋଇ, ଧରଣୀଧର ପାତ୍ର, ଭୁବନେଶ୍ବର ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.