pakka

ଦୋଳ ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନଠାରେ ୨୬ତମ ଦୋଳ ମହୋତ୍ସବ ତଥା ରୌପ୍ୟ ଜୟନ୍ତୀ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିରର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ, ମା’ ଦୁର୍ଗା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରଠାରୁ ଆଜ୍ଞାମାଳ ଅଣାଯାଇ ଯାଦବ ଭବନଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଅତିଥି ଭାବେ ଯାଦବ ସମାଜର ପୂର୍ବତନ ଜିଲ୍ଲା ଉପସଭାପତି ବାସୁଦେବ ନାଗ ଓ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା ଆନୁଷ୍ଠାନିକ ଭାବେ ଲଗୋ ଉନ୍ମୋଚନ କରିଥିଲେ । ଏହାପରେ ଉକ୍ତ ସଭାରେ ଦୋଳ ମହୋତ୍ସବ ପୂଜା କମିଟି ସଭାପତି ଭାବେ ହରିଶଙ୍କର ଛତ୍ରିଆ, ସମ୍ପାଦକ ଦିବାକର ପୋଢ, କୋଷାଧ୍ୟକ୍ଷ ଭାବେ ଅଷ୍ଟମୀ ବଗର୍ତ୍ତୀ ଓ ଦୂତିବାହାନ ଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେହିପରି ସ୍ମରଣିକା କମିଟିର ମୁଖ୍ୟ ସମ୍ପାଦକ ଭାବେ ବିରେନ୍ଦ୍ର ବନଛୋର, ସମ୍ପାଦକ ଭାବେ ପ୍ରଶାନ୍ତ ମହାକୁର, ସାଂସ୍କୃତିକ ଶୋଭାଯାତ୍ରା କମିଟିର ମୁଖ୍ୟ ଭାବେ ପଙ୍କଜ ସେଲମା ଓ ବରୁଣ ହେର୍ଣ୍ଣାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପୂଜାକର୍ତ୍ତା ଭାବେ ହୃଷିକେଶ ବନଛୋର ଓ ସହ ଧର୍ମିଣୀ ସନ୍ତୋଷିନୀ ବାଗଙ୍କୁ ଦାୟିତ୍ୱ ନିର୍ବାହ କରିବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଫଗୁ ଜାଲ, ଶଙ୍କର ପୋଢ, ଘାସିରାମ ଦୀପ, ସାନ ଜାଲ, କୃଷ୍ଣଚନ୍ଦ୍ର ବଗର୍ତ୍ତୀ, ଦିଗାମ୍ବର ମାଝୀ, ଟୁନା ନାଗ, ଖରତମଲ ରାଉତ, କିଶୋର ଜାଲ, ଜୟଦେବ ଜାଲ ଓ ପ୍ରଦୀପ ସେଲମା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × one =