pakka

ଜିଲ୍ଲା କ୍ରିକେଟ ସଂଘ ତରଫରୁ ଅପ୍ରେଲ ପ୍ରଥମ ସପ୍ତାହରେ ସୋନପୁର ପ୍ରିମିୟର କ୍ରିକେଟ ଲିଗ୍

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ ପକ୍ଷରୁ ଆସନ୍ତା ଅପ୍ରେଲ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧୀ ପଡିଆଠାରେ “ସୋନପୁର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ” ଆରମ୍ଭ ହେବ । ୬୦ ଜଣ ଖେଳାଳିଙ୍କୁ ନେଇ ୪ଟି ଫ୍ରାଂଚାଇଚ୍ ଗଠନ କରାଯାଇଥିବା ବେଳେ ଏହି ପ୍ରିମିୟର୍ ଲିଗ୍‌ରେ ସୁବର୍ଣ୍ଣପୁର ସମେତ ପଡୋଶୀ ବୌଦ୍ଧ, ବଲାଙ୍ଗିର, ବରଗଡ ଓ ସମ୍ବଲପୁର ଜିଲ୍ଲାରୁ ଆଗ୍ରହୀ ଓ ଦକ୍ଷ ଖେଳାଳିଙ୍କୁ ନେବା ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଶେଷକରି, କରୋନା ମହାମାରୀ ଯୋଗୁଁ ୨ବର୍ଷ ଧରି କ୍ରିକେଟ ପରି ଏକ ଜନପ୍ରିୟ ଖେଳର କୌଣସି କାର୍ଯ୍ୟକ୍ରମ ହୋଇ ପାରିନଥିଲା । ତେଣୁ କରି, ଉଭୟ କ୍ରିକେଟ ଖେଳାଳି ଓ ଖେଳପ୍ରେମୀଙ୍କ ମନରେ ନୂଆଁ ଉତ୍ସାହ ଭରିବାକୁ ଜିଲ୍ଲା କ୍ରିକେଟ ସଂଘ ଏହି ଆୟୋଜନ କରିଛି ବୋଲି ପ୍ରିମିୟର ଲିଗ୍‌ର ଚେୟାରମେନ୍ ସତ୍ୟ ନାରାୟଣ ରାଓ କହିଛନ୍ତି । ଜିଲ୍ଲା କ୍ରିକେଟ ସଂଘ ଦ୍ବାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ରୂପରେଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ ।

jay balangir
Leave A Reply

Your email address will not be published.

17 + four =

error: Content is protected !!