ଛିନ୍ଦେଇକେଲା ସହଦେବ ମେମୋରିଆଲ କ୍ରିକେଟ : ବଲାଙ୍ଗିର ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲାରେ ଚାଲିଥିବା ସହଦେବ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍‌ରେ ବଲାଙ୍ଗିର ଚାମ୍ପିୟନ ହୋଇଛି । ବଲାଙ୍ଗିର ଓ କଟାପାଲି ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଟାପାଲି ପ୍ରଥମ ବ୍ୟାଟିଂ କରି ୧୫ ଓଭରରେ ୧୨୯ ରନ ସଂଗ୍ରହ କରିଥିଲେ । ସ୍ମୃତି ମିଶ୍ର ୪୨ ଓ ହିମାଂଶୁ ଭୋଇ ୩୫ ରନ ସର୍ବାଧିକ କରିଥିଲେ । ବଲାଙ୍ଗିର ଦଳ ରାହୁଲ ସାହୁ ୩ ଓ୍ବେକଟ ନେଇଥିଲେ । ବଲାଙ୍ଗିର ୧୩୦ ରନ ପିଛା କରି ୪ ଓ୍ବେକଟରେ ବିଜୟୀ ହୋଇଥିଲା । ରାହୁଲ ସାହୁ ୫୪ ରନ, ରଘୁବିନ୍ଦ୍ର ତ୍ରିପାଠୀ ୩୫ ରନ ସହାୟତାରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲେ । ସୁଶାନ୍ତ ପାଣିଗ୍ରାହୀ ଓ ମହେଶ ମୁନସି ଖେଳ ପରିଚାଳନା କରିଥିଲେ । ଆକାଶ ସାହୁ ଓ ରିଷଭ ସାହୁ ସ୍କୋରର ଥିଲେ । ରମେଶ ସାହୁ, ପ୍ରହ୍ଲାଲାଦ ଭୋଇ ଓ କାର୍ତ୍ତିକ ନିଆଲ ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ପ୍ରଦୀପ ସାହୁ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ସମ୍ମାନୀତ ଅତିଥି ରୂପେ ସରପଞ୍ଚ ରାମଚନ୍ଦ୍ର ସାହୁ, ସନ୍ତୋଷ ସାହୁ, ଡଃ ପଙ୍କଜ ଭୋଇ, ରାଜୀବ, ନୀଳୟ ସାହୁ, ସୁନୀଲ ସାହୁ, ସଭାପତି ଆନନ୍ଦ ସାହୁ, ସମ୍ପାଦକ ଜୟକିଶୋର ସୁନା ଓ କୋଷାଧ୍ୟକ୍ଷ ରୋହିତ ସାହୁ ଯୋଗ ଦେଇ ଚାମ୍ପିୟନ ଓ ରନର୍ସ ଦଳକୁ ଟ୍ରଫି ସହ ନଗଦ ରାଶି ଚାମ୍ପିୟନ ଦଳ ୩୦,୦୦୦ ଓ ରନର୍ସ ଦଳକୁ ୨୦,୦୦୦ ଟଙ୍କା ପ୍ରଦାନ କରିଥିଲେ । ସ୍ବତନ୍ତ୍ର ସାହୁ, ରତିକାନ୍ତ ସାହୁ, ପ୍ରମୋଦ ସାହୁ, ନିରାକାର ରଣା, ନରେଶ ସାହୁ, ପିଣ୍ଟୁ ସାହୁ, ମଣ୍ଟୁ ସାହୁ, କାହ୍ନା ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଉପଦେଷ୍ଟା ପ୍ରଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

20 − 3 =