ସଇଁନ୍ତଲା ଡାକ୍ତରଖାନାରେ କରୋନା କଟକଣା ଫୁ : କୋଭିଡ଼ ପରୀକ୍ଷା ପାଇଁ ଲମ୍ବା ଲାଇନ, ସଂକ୍ରମଣ ବୃଦ୍ଧି ଆଶଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ଵିତୀୟ ଲହରିରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ଅନେକ ସଙ୍ଗଠନ ପକ୍ଷରୁ ସଚେତନତା କରିବା ସହ ରାଜ୍ୟ ସରକାର ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ହେଲେ ଲୋକଙ୍କୁ ସଚେତନତା ଅଭାବରୁ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସଇଁନ୍ତଲା ଡାକ୍ତରଖାନାରେ । ଦିନକୁ ଦିନ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ମଧ୍ୟ ରହୁଛି । ଏହି ବ୍ଳକ ରେ ୫୦୦ରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ହେଲେ ଜ୍ଵରରେ ଚିକିତ୍ସା କିମ୍ବା ଗର୍ଭବତୀ ମହିଳା ମାନେ ଚିକିତ୍ସା ହେବା ପାଇଁ ଆସୁଥିବା ବେଳେ କରୋନା କଟକଣା ଫୁ । ନା ସାମାଜିକ ଦୂରତା ପାଳନ କରାଯାଇଛି ନା ରାଜ୍ୟ ସରକାରଙ୍କ କଟକଣାକୁ ଲୋକେ ପାଳନ କରୁଛନ୍ତି । ଅନେକ ଲୋକ କୋଭିଡ଼ ପରୀକ୍ଷା ପାଇଁ ଆସୁଥିବା ବେଳେ ଲମ୍ବା ଲାଇନରେ ମଧ୍ୟ ଠିଆ ହୋଇ ପରୀକ୍ଷା କରୁଛନ୍ତି । କିନ୍ତୁ କୋଭିଡ଼ ପରୀକ୍ଷା କୀଟ ମଧ୍ୟ ଅଭାବ ରହିଥିବା ବେଳେ ଲୋକେ ଘରକୁ ନିରାଶ ହୋଇ ମଧ୍ୟ ଫେରିଆସୁଛନ୍ତି । ଅନ୍ୟପଟେ କରୋନା କଟକଣାକୁ ଲୋକେ ଫୁ କରି ଦେଉଥିବା ବେଳେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି । କିନ୍ତୁ ଅନେକ ଲୋକ କରୋନାରେ ମୃତ୍ୟୁ ବରଣ କରୁଥିବା ସତ୍ୱେ ମଧ୍ୟ ଲୋକଙ୍କ ମନରେ ଭୟ ମଧ୍ୟ ନାହିଁ । ପ୍ରତ୍ୟେକ ଦିନ ଲୋକଙ୍କ ଭିଡ଼ ମଧ୍ୟ ଲାଗି ରହିଛି । ତେବେ କୋଭିଡ଼ ପରୀକ୍ଷା ପାଇଁ କୀଟର ଆବଶ୍ୟକତା ଅନୁଯାୟୀ ବଢ଼ାଇବା ଦରକାର ପାଇଁ ଲୋକଙ୍କ ଦାବୀ ଥିବା ବେଳେ ପ୍ରଶାସନ ପକ୍ଷରୁ ସଚେତନତା ମଧ୍ୟ କରିବାର ଆବଶ୍ୟକତା ରହିଛି । ଯେଉଁ ଭଳି ଭାବରେ ପ୍ରତ୍ୟେକ ଦିନ ବ୍ଳକରେ ହୁ ହୁ ହୋଇ ବଢି ଚାଲିଛି ଲୋକଙ୍କ ମନରେ ଭୟ ମଧ୍ୟ ଦେଖାଦେଇଛି । ଅନ୍ୟପଟେ ଆଜି ଘୁନସର ସାପ୍ତାହିକ ବଜାରରେ ସମାଜସେବୀ ସନ୍ତୋଷ ବେହେରା ଲୋକଙ୍କୁ କରୋନା ମହାମାରୀକୁ ନେଇ ସଚେତନତା କରୁଥିବାର ମଧ୍ୟ ଦେଖା ଦେଇଥିଲା ।

Leave A Reply

Your email address will not be published.

three + twelve =