ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ରେ ପହଂଚିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ଦିନ ୧୧ ଜଣ ପଜେଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ରେ ପହଂଚିଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରୁ ୨୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣ ହୋମକ୍ୱାରାଣ୍ଟାଇନ୍‌ ଓ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସା ହେଉଛନ୍ତି । ସମସ୍ତ ଚିହ୍ନଟ କାରୀଙ୍କୁ ସରକାରଙ୍କ ସମସ୍ତ ନିୟମ ମାନି ଚଳିବା ସହିତ ସଠିକ୍‌ ସମୟରେ ଔଷଧ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥିବା ନେଇ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ବିପିଏମ୍‌ ଦିଲ୍ଲିପ କୁମାର ପରିଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

seventeen − 6 =