ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୫୯୧ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୯, ବାଲେଶ୍ୱରରୁ ୫୯, ବରଗଡ଼ରୁ ୭୧, ଭଦ୍ରକରୁ ୫୨, ବଲାଙ୍ଗିରରୁ ୭୦, ବୌଦ୍ଧରୁ ୭, କଟକରୁ ୧୦୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨୦, ଗଜପତିରୁ ୪, ଗଂଜାମରୁ ୧୧, ଜଗତସିଂହପୁରରୁ ୫୩, ଯାଜପୁରରୁ ୪୬, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୮୦, କେଉଁଝରରୁ ୪୯, ଖୋର୍ଦ୍ଧାରୁ ୧୪୨, କୋରାପୁଟରୁ ୧୩, ମାଲକାନଗିରିରୁ ୨୫, ମୟୁରଭଂଜରୁ ୫୫, ନବରଙ୍ଗପୁରରୁ ୨୪, ନୟାଗଡ଼ରୁ ୨୨, ନୂଆପଡ଼ାରୁ ୫୯, ପୁରୀରୁ ୫୮, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୩୪, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୦୦, ଷ୍ଟେଟ୍‌ ପୁଲ୍‌ ୩୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏବେ ୧୪୨୫୭ ଜଣ ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

five × four =