ବରତୁଣ୍ଡାରେ ଜୋର୍‌ଦାର୍‌ ଚାଲିଛି ରାମ ମନ୍ଦିର ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ଠାରେ ଗ୍ରାମବାସୀ ତଥା ରାମ ମନ୍ଦିର ପରିଚାଳନା କମିଟି ଉଦ୍ୟମରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଜୋର୍‌ଦାର୍‌ ଭାବେ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁରୋହିତ୍ୟରେ ପୂଜାର୍ଚ୍ଚନା କରାଯାଇ ଛାତ କାର୍ୟ୍ୟ ଆରମ୍ଭ କରାଯାଇଥିବା ବେଳେ ଶାନ୍ତ ଶିଳ୍ପୀ ଅର୍ଜୁନ ଗିଙ୍ଗିରା ମଧ୍ୟ ଉପସ୍ଥିତ ଥିଲେ ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ଶୁଭାରମ୍ଭ ବେଳେ ଏଠାରେ ମଧ୍ୟ ଏହି ନିର୍ମାଣାଧୀନ ରାମ ମନ୍ଦିର ନିମନ୍ତେ ପୂଜାର୍ଚ୍ଚନା କରାଯାଇ ଧ୍ଵଜା ବନ୍ଧନ କରାଯାଇ ଥିଲା ଓ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶପଥ ପାଠ କରାଯାଇଥିଲା । ସେହି ଦିନ ଠାରୁ ଗ୍ରାମବାସୀ ତଥା ପରିଚାଳନା କମିଟି ଙ୍କ ଅହରହ ଉଦ୍ୟମ ଆରମ୍ଭ ଜାରି ରଖି ଛନ୍ତି।ଆଜି ଏହି ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିର ରେ ଛାତ ପକାଯାଇଥିଲା ।

ଗ୍ରାମବାସୀ ତଥା କମିଟିର ନିମନ୍ତ୍ରଣ କ୍ରମେ ଆଖପାଖ ଗ୍ରାମରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆଜି ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଶ୍ରମଦାନ କରୁଥିଲେ । ଏହି ଭବ୍ୟ ରାମ ମନ୍ଦିର ନିର୍ମାଣ ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ ବେଳେ ଏଠାରେ ମଧ୍ୟ ପ୍ରତିଷ୍ଠା କରାଯିବ ପାଇଁ ପରିକଳ୍ପନା ଉଦ୍ୟେକ୍ତାମାନେ, ଜିଲ୍ଲା ପରିଷଦ ସଭ୍ୟ ତଥା ପରିଚାଳନା କମିଟି ପ୍ରମୁଖ ସଦସ୍ୟ ବିଶ୍ଵନାଥ ବାଗ ପ୍ରକାଶ କରିଛନ୍ତି ।

ଏହି ନିର୍ମାଣ କାର୍ୟ୍ୟରେ କମିଟି ସଭାପତି ଗୋଲାପ ବିନାଟ, ସଂପାଦକ ବିଭୀଷଣ ଦିୱାନ୍, ହରିବୋଲ ବାଗ, ତ୍ରିନାଥ ବିନାଟ, ଗୁରୁବାରୁ ପଟ୍ଟନାୟକ, ଲିଟୁ ପଟ୍ଟନାୟକ, ବେଣୁଧର ସାହୁ, ରୁକ୍ମଣ ଧରୁଆ, ଉମାକାନ୍ତ ବାଗ, ପ୍ରଶାନ୍ତ ପଟ୍ଟନାୟକ, ଜଗଜିବନ୍ ସିଂ ଗିର୍ଣା, ସତ୍ୟ ହେର୍ଣା, ବନମାଳୀ ବିନାଟ, ସୁଶାନ୍ତ ହେର୍ଣା, ଶିକ୍ଷକ ସହଦେବ ଦାଉ, ତ୍ରିଲୋଚନ ହେର୍ଣ୍ଣା,ପ୍ରଶାନ୍ତ ବାଗ ପ୍ରମୁଖଙ୍କ ସମେତ ନିଲାଥର ଗ୍ରାମର ଗୌନ୍ତିଆ ଗଙ୍ଗାଧର ସାହୁ, ଶିକ୍ଷକ ଉଗ୍ରେସନ୍ ପ୍ରଧାନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧୀରେନ୍ ମହାନ୍ତି, ବିପିନ ବାରିକ, ବିଜୟ ସିଂ ଭୁଏ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.