ପ୍ରବାସୀ ଶ୍ରମିକଙ୍କ ଲେଉଟାଣି : ପେଟ ପାଟଣା ପାଇଁ କିଏ ଗଲେ ମୁମ୍ବାଇ ତ’ କିଏ ହାଇଦ୍ରାବାଦ, ଆନ୍ଧ୍ରା

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍‌ ଡାଉନ୍‌ ବେଳେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରି ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିଥିଲେ ସରକାର । ପୁଣି କହିଥିଲେ ଶ୍ରମିକମାନଙ୍କୁ ନିଜ ନିଜ ଭିଟାମାଟିରେ କାମ ଯୋଗାଇ ଦେବାକୁ । କିନ୍ତୁ ତାହାର ବ୍ୟତିକ୍ରମ ଦେଖା ଦେଇଛି । ପ୍ରବାସୀ ଶ୍ରମିକମାନେ ପେଟ ପୋଷିବା ପାଇଁ ଦଳ ଦଳ ହୋଇ ଲେଉଟୁଛନ୍ତି ନିଜ ନିଜ କର୍ମଭୂମିକୁ କିଏ ମୁମ୍ବାଇ ତ’ କିଏ ହାଇଦ୍ରାବାଦ, ଆନ୍ଧ୍ରା । ବଡ଼ ଦୁଃଖର କଥା ଯେ, ଶିକ୍ଷିତ ଯୁବକମାନେ ବି ଖାଦ୍ୟ ମୁଠେର ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ପୁଣି ଅନେକ ସ୍ଥାନରେ ଇଟା ଗଢ଼ିବା ପାଇଁ ଆନ୍ଧ୍ରା, ହାଇଦ୍ରାବାଦ୍‌କୁ ଯାଉଥିବା ଦେଖିବାକୁ ମିଳୁଛି । ତେବେ ଶ୍ରମିକମାନଙ୍କ ଥଇଥାନ ଦିଗରେ ପ୍ରଶାସନ ବିଶେଷ ଗୁରୁତ୍ୱ ଦେବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ଅନ୍ୟପଟେ ତୁରେକେଲା, ଖପ୍ରାଖୋଲ, ବେଲପଡ଼ା ଆଦି ବ୍ଲକ୍‌ରେ ମନରେଗା ଯୋଜନାରେ ହେଉଥିବା କାମରେ ବ୍ୟାପକ ଦୁର୍ନୀତି ଭରି ରହିଥିବା ବେଳେ ଶ୍ରମିକମାନେ ଠିକ୍‌ ସମୟରେ ଉଚିତ ପାଉଣା ପାଇବାରୁ ବଂଚିତ ହେଉଥିବା ଖବର ପ୍ରତ୍ୟହ ଗଣମାଧ୍ୟମର ଶୀର୍ଷରେ ରହୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଶ୍ରମିକମାନଙ୍କ ଥଇଥାନ ସକାଶେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.