ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୧୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୨୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୯୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୫, ବାଲେଶ୍ୱରରୁ ୭୯, ବରଗଡ଼ରୁ ୧୪୮, ଭଦ୍ରକରୁ ୪୯, ବଲାଙ୍ଗିରରୁ ୧୦୯, ବୌଦ୍ଧରୁ ୧୮, କଟକରୁ ୧୩୬, ଦେବଗଡ଼ାରୁ ୧୮, ଢେଙ୍କାନାଳରୁ ୭୪, ଗଜପତିରୁ ୭, ଗଂଜାମରୁ ୪୩, ଜଗତସିଂହପୁରରୁ ୪୫, ଯାଜପୁରରୁ ୧୧୨, ଝାରସୁଗୁଡ଼ାରୁ ୪୬, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୩୨, କେନ୍ଦ୍ରାପଡ଼ାରୁ ୧୩୨, କେଉଁଝରରୁ ୧୦୭, ଖୋର୍ଦ୍ଧାରୁ ୫୦୬, କୋରାପୁଟରୁ ୪୩, ମାଲକାନଗିରିରୁ ୬୭, ମୟୁରଭଂଜରୁ ୧୦୧, ନବରଙ୍ଗପୁରରୁ ୫୯, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୫୮, ପୁରୀରୁ ୭୯, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୧୦୬, ସୋନପୁରରୁ ୨୩, ସୁନ୍ଦରଗଡ଼ରୁ ୯୧, ଷ୍ଟେଟ୍‌ ପୁଲ୍‌ ୧୦୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୩୫୩୩୦ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୦୫୧ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.