pakka

ଟିକେ ଆଶ୍ୱସ୍ତି, ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୩୬୨୯ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୩୬୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୧୫ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୩୦୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୧୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୯, ବାଲେଶ୍ୱରରୁ ୧୧୧, ବରଗଡରୁ ୭୧, ଭଦ୍ରକରୁ ୪୫, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୮୦, କଟକରୁ ୩୨୯, ଦେବଗଡରୁ ୬୮, ଢେଙ୍କାନାଳରୁ ୫୫, ଗଜପତିରୁ ୫୬, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୩୭, ଝାରସୁଗୁଡାରୁ ୫୧, କଳାହାଣ୍ଡିରୁ ୮୫, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୧୪୯, କେଉଁଝରରୁ ୪୪, ଖୋର୍ଦ୍ଧାରୁ ୭୧୬, କୋରାପୁଟରୁ ୩୧, ମାଳକାନଗିରିରୁ ୨୩, ମୟୁରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୯୦, ନୟାଗଡରୁ ୧୧୮, ନୂଆପଡାରୁ ୭୦, ପୁରୀରୁ ୫୩, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୦୧, ସୁବର୍ଣ୍ଣପୁରରୁ ୩୫, ସୁନ୍ଦରଗଡରୁ ୩୪୬ ଓ ଷ୍ଟେଟ ପୁଲ୍‌ରୁ ୧୬୦ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

twenty − four =

error: Content is protected !!