ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ତଳକୁ : ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ତଳକୁ ଖସିଛି । ଆଜି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରେ ମାତ୍ର ୩ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୩, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୪, ମୁଣ୍ଡପଦର ଗ୍ରା.ପ.ରୁ ଓ ଚାନ୍ଦୋତରା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ୍‌ ସର୍‌ମୁହାଣ ଗ୍ରା.ପ.ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୧ରୁ ଜଣେ, ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ାରୁ ଜଣେ ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ପାଟଣାଗନ ଏନ୍‌ଏସି ୱାର୍ଡ ନଂ.୮ରୁ ଜଣେ, ୧୦ରୁ ୨ ଏବଂ ୧୩ରୁ ଜଣେ, ପୁଇଁନ୍ତଲା ବ୍ଲକ୍‌ ସାଆନ୍ତପୁର ଗ୍ରା.ପ.ରୁ ଜଣେ ଓ ପୁଇଁନ୍ତଲା ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ୍‌ ଝରଣୀ ଓ ବଡ଼ଡୁକ୍‌ଲା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ମହଖଣ୍ଡ ଗ୍ରା.ପ.ରୁ ଦୁଇ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭୮୧ ଜଣ କରୋନା କବ୍‌ଜାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪୬୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜିଲ୍ଲାରେ ମାତ୍ର ୨୮୨ ଜଣ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.