ଇମ୍ରାନ‌ଙ୍କ ମନ୍ତ୍ରୀ ସେୟାର କରିଛନ୍ତି ମିଥ୍ୟା ଖବର : ଫ୍ରାନ୍ସ କଲା ପର୍ଦ୍ଦାଫାଶ

ଇସଲାମାବାଦ : ଦୀର୍ଘ ଦିନ ଧରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁସଲମାନ ଦେଶଗୁଡିକର ଟାର୍ଗେଟରେ ରହି ଆସିଛନ୍ତି । ମାକ୍ରୋନ୍ ଫ୍ରାନ୍ସରେ ‘ଇସଲାମିକ୍ ବିଚ୍ଛିନ୍ନତାବାଦ’କୁ ସଂକଟ ବୋଲି କହି ଆସୁଛନ୍ତି ଏବଂ ଏଥିପାଇଁ ଆଇନ ଆଣିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ତେବେ ପାକିସ୍ତାନର ଇମ୍ରାନ ଖାନ୍‌ଙ୍କ ମନ୍ତ୍ରୀ ମାକ୍ରୋନଙ୍କ ବିଷୟରେ ମିଥ୍ୟା ଖବର ସେୟାର କରି ନିଆଁରେ ଇନ୍ଧନ ଯୋଗାଇଥିବା କୁହାଯାଇଛି ।

ବାସ୍ତବରେ, ଫ୍ରାନ୍ସରେ ଏକ ନୂତନ ବିଲ୍ ଦ୍ୱାରା ଗୃହ-ବିଦ୍ୟାଳୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିଲ୍‌ ଅନୁସାରେ ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି କି ନାହିଁ ନିଶ୍ଚିତ କରିବାକୁ ପ୍ରତ୍ୟେକ ପିଲାଙ୍କୁ ଏକ ପରିଚୟ ନମ୍ବର ଦିଆଯିବ । ଯେଉଁ ଅଭିଭାବକମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୬ ମାସ ପର୍ୟ୍ୟନ୍ତ ଜେଲ କିମ୍ବା ଜରିମାନା ହେବ । ପାକିସ୍ତାନ ସରକାରର ମନ୍ତ୍ରୀ ଶିରିନ ମଜାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଖବର ଅନୁଯାୟୀ, ଏହି ନିୟମ କେବଳ ମୁସଲମାନ ପରିବାର ପାଇଁ ପ୍ରଯୁଜ୍ୟ । ତେବେ ଫ୍ରାନ୍ସ ଦ୍ୱାରାପାକିସ୍ତାନ ମନ୍ତ୍ରୀଙ୍କ ମିଥ୍ୟା ଖବର ସେୟାରର ପର୍ଦ୍ଦାଫାଶ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.