ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଶୀତ ଋତୁର ଆଗମନରେ ଆଜି ପ୍ରଥମ ପର୍ୟ୍ୟାୟରେ ଆଗଲପୁର ଓ ଝାରବନ୍ଦଲି ଗ୍ରାମରେ ଥିବା ଅନେକ ଗରିବ ଅସହାୟ ଅବସ୍ଥାରେ ଥିବା ବୃଦ୍ଧବୃଦ୍ଧା ମାନଙ୍କୁ ଗୋଟିଏ ଗୋଟିଏ କମ୍ବଳ ବାଣ୍ଟିଥିଲେ ଓ ରୋଗାଗ୍ରସ୍ତ ହୋଇ ପଡି ରହିଥିବା କେତେ ଜଣଙ୍କୁ ଭେଟି ଥିଲେ । ଆଗକୁ ବ୍ଲକର ସମସ୍ତ ଗ୍ରାମରେ ଏହି ଭଳି କମ୍ବଳ ବଣ୍ଟନ କରାଯିବ ବୋଲି ମାହେଶ୍ୱରୀ ସଂଗଠନ ଆଗଲପୁର ଶାଖାର ସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି । ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଭାସ ଗଡତ୍ୟା, ଟୁନା ମେହେର, ଆଦିତ୍ୟ ମେହେର, ବିଶ୍ୱନାଥ ନାଏକ, ସନ୍ୟାସୀ ମେହେର, ଆକାଶ ମେହେର, ଜିତୁ ସାହୁ ଓ ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.