pakka

ଗତ ୨୪ ଘଂଟାରେ ୧୦ ହଜାର ୨୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୬୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୧୭୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୩୧୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୫, ବାଲେଶ୍ୱରରୁ ୪୫୭, ବରଗଡରୁ ୧୦୨, ଭଦ୍ରକରୁ ୧୦୨, ବଲାଙ୍ଗିରରୁ ୧୯୧, ବୌଦ୍ଧରୁ ୨୪, କଟକରୁ ୮୪୪, ଦେବଗଡରୁ ୨୩, ଢେଙ୍କାନାଳରୁ ୬୯, ଗଜପତିରୁ ୧୨୬, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୧୩୨, ଯାଜପୁରରୁ ୧୪୩, ଝାରସୁଗୁଡାରୁ ୨୦୨, କଳାହାଣ୍ଡିରୁ ୨୦୩, କନ୍ଧମାଳରୁ ୨୬, କେନ୍ଦ୍ରାପଡାରୁ ୭୪, କେଉଁଝରରୁ ୧୧୪, ଖୋର୍ଦ୍ଧାରୁ ୩୪୯୬, କୋରାପୁଟରୁ ୧୮୬, ମାଳକାନଗିରିରୁ ୩୦, ମୟୁରଭଞ୍ଜରୁ ୩୪୦, ନବରଙ୍ଗପୁରରୁ ୧୨୫, ନୟାଗଡରୁ ୧୨୧, ନୂଆପଡାରୁ ୪୫, ପୁରୀରୁ ୨୬୯, ରାୟଗଡାରୁ ୧୮୩, ସମ୍ବଲପୁରରୁ ୫୨୯, ସୁବର୍ଣ୍ଣପୁରରୁ ୧୩୨, ସୁନ୍ଦରଗଡରୁ ୧୦୪୯ ଓ ଷ୍ଟେଟ ପୁଲ୍‌ରୁ ୭୯୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

three × four =