pakka

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣ ସଂଖ୍ୟା ୧୯୧

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣ ସଂଖ୍ୟା ୧୯୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଗତ ଦୁଇ ଦିନ ଧରି ୨୧୬ ଲେଖାଏଁ ସଂକ୍ରମଣ ସଂଖ୍ୟା ରହିଥିବା ବେଳେ ଆଜି ୧୯୧ ରହିଛି । କିନ୍ତୁ ତଥାପି ସଂକ୍ରମଣ ସ୍ଥିତି ଗମ୍ଭୀର ରହିଥିବା ଅନୁମାନ କରାଯାଉଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ହଜାର ୨୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ସଂକ୍ରାମକ ସ୍ଥିତିରେ ସମସ୍ତ ଜିଲ୍ଲାବାସୀ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

jay balangir
Leave A Reply

Your email address will not be published.

6 + 9 =