pakka

ମକର ମକର ବାସିବ

kalikesh
  • ଆନଂଦ ଚଂଦ୍ର ସାହୁ

ଭଲ କଲ
ଆଜି ମକର ସଂକ୍ରାନ୍ତି ବୋଲି
ମନେ ପକେଇଲ ।

ତମ ଇଚ୍ଛାକୁ
ଶହେ ସଲାମ୍‌ ହୋ’
ବିଶ୍ୱାସ କର,
ତମ ଭାବର ଭଉଁରିରେ
ମୁଁ ଚକାମାରି ବସିଛି…
ତୁମ ଆବେଗକୁ ଛୁଇଁବା ପାଇଁ
ଆହୁରି ଆହୁରି ନିଜକୁ
ତୟାର୍‌ କରୁଛି ।

ମକର ବସିବାକୁ କହୁଛ ତ’
ମନା ନାଇଁ….
ନିର୍ମାୟା ନଈରେ
ନିର୍ଲୋଭ ନଉକା
ବାହି ନେଇ ପାରିଲେ
ମକର ବସିବା ସାର୍ଥକ ହେବ,
ସାରା କୁଂଜବନ
ମକର ମକର ବାସିବ । ।

ମୋ.ନଂ. : ୯୪୩୭୧୫୧୦୬୨

pp
Leave A Reply

Your email address will not be published.

three × five =