pakka

ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ ଗତ ଦୁଇଦିନ ମଧ୍ୟରେ ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସିଭ୍‌ଲ କୋର୍ଟରେ କରୋନା । ଗତ ଦୁଇ ଦିନ ମଧ୍ୟରେ ୧୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବିଏମ୍‌ସି ପକ୍ଷରୁ କୋର୍ଟ ପରିସରକୁ ବିଶୋଧନ କରାଯାଇଥିବା ନେଇ ସୂଚନା ମିଳିଛି । ୧୮ ଏବଂ ୧୯ ତାରିଖ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜଣାପଡିଛି । ତେଣୁ ଏହି ସମୟରେ ସାଧାରଣ ଲୋକଙ୍କୁ କୋର୍ଟ ଆସିବାକୁ ବାରଣ କରାଯାଇଛି । ଜରୁରୀ ଶୁଣାଣି ଥିଲେ ଭର୍‌ଚୁଆଲ ମୋଡ୍‌ରେ କାର୍ଯ୍ୟ କରାଯିବା ନେଇ ଜିଲ୍ଲା ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ କରୋନାରେ ସଂକ୍ରମିତ ହୋଇଥିବା କର୍ମଚାରୀଙ୍କୁ ହୋମ୍‌ ଆଇସୋଲେସନ୍‌ ରହିବାକୁ କୁହାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ମାନଙ୍କୁ କୋଭିଡ୍‌ ଟେଷ୍ଟିଂ କରିବା ପାଇଁ ପରାମର୍ଶ ଦିଆଯାଇଛି ।

jay balangir
Leave A Reply

Your email address will not be published.

4 × five =