pakka

ହୁମ୍ମା ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ : ଦୁଇ ଅଭିଯୁକ୍ତଙ୍କୁ କୋଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ହୁମ୍ମା ଫାଣ୍ଡି ପୋଲିସ ।ଉକ୍ତ ଚୋରି ଘଟଣାର ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ହୁମ୍ମା ତଳ ସାହିର ଶ୍ରୀଧର ପ୍ରଧାନ ଓ ଅବିନାଶ ପରିଡା । ସେମାନଙ୍କ ନିକଟରୁ ପେନାଲ ବୋର୍ଡ, ଏମ୍ପ୍ଲଫାୟାର, ମାଇକ୍ରୋ ଫୋନ ଚୋରି ସାମଗ୍ରୀ ଜବତ ହୋଇଛି । ସୂଚନା ଥାଉକି ଗତ କିଛିଦିନ ତଳେ ବୀରଭଦ୍ର ହାଇସ୍କୁଲରୁ ଚୋରି ହୋଇଥିଲା । ଏ ନେଇ ରମ୍ଭା ଥାନାରେ ଅଭିଯୋଗ ପରେ ୧୮୩/୨୨ ପ୍ରକାରେ ମାମଲା ରୁଜ ହୋଇଥିଲା । ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ଅଭିଯୁକ୍ତ ଦ୍ୱୟଙ୍କୁ ଧରିବା ସହ ଚୋରି ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.

13 + twenty =