pakka

ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ ପରିସରରେ ବିଶ୍ୱ ମାତୃ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମା’ର ମମତା ସର୍ବଶ୍ରେଷ୍ଠ, ଜୀବନ ପାଇଁ ତାଙ୍କର ଅବଦାନ ଅତୁଳନୀୟ ସେଥିପାଇଁ ମା’ ସମାଜରେ ସର୍ବଦା ଆଦରଣୀୟା ଓ ପୂଜନୀୟା ବୋଲି ବିଶ୍ୱ ମାତୃ ଦିବସ ପାଳନ ଅବସରରେ ସମାଜସେବୀ କାଶୀନାଥ ମହାପାତ୍ରଙ୍କ ଆବାହକତ୍ୱରେ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ ପରିସରରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା, ମୁଖ୍ୟବକ୍ତା ଶିକ୍ଷାବିତ୍‌ କବୟିତ୍ରୀ ଶୈଳବାଳା ମହାପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବାଞ୍ଚଳ ସାଂସ୍କୃତିକ ଶାଖାର ପୂର୍ବତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର, ଶିଶୁ ସାହିତ୍ୟିକ ରମେଶ ଦିବସ ପ୍ରମୁଖ ଯୋଗ ଦେଇଥିଲେ । କବିତା ସଂଯୋଜନା କରିଥିଲେ ସୁସାହିତ୍ୟିକ ଶିକ୍ଷାବିତ ସନ୍ତୋଷ କୁମାର ମହାନ୍ତି । ସଂସ୍କୃତି ସାହିତ୍ୟ ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ଗୀତ ଓ ସ୍ବାଗତ ଅଭିଭାଷଣ ମାଧ୍ୟମରେ ମାନ୍ୟଗଣ୍ୟ ଅତିଥି, ମା’ଭଉଣୀ ଓ ସମବେତ ସଜନଙ୍କୁ ସ୍ଵାଗତ କରିଥିଲେ । ବ୍ୟଙ୍ଗ ହାସ୍ୟ କବି ଗଣେଶ ପ୍ରସାଦ ବାରିକ, ଚନ୍ଦ୍ରଶେଖର, କବୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ, ସ୍ଵର୍ଣ୍ଣପ୍ରଭା ନନ୍ଦ, ଅନ୍ନପୂର୍ଣ୍ଣା ହରିଚନ୍ଦନ, ପାର୍ବତୀ ମହାପାତ୍ର, ଆଇନଜୀବୀ ହୃଷୀକେଶ ପାଢ଼ୀ ମା’ଙ୍କ ସମ୍ବନ୍ଧୀୟ ସ୍ୱରଚିତ କବିତା ପାଠ କରି ସମସ୍ତଙ୍କୁ ବିମୋହିତ କରିଥିଲେ ।ସେବା ପାଇଁ ବିଦୁରପୁରର ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ନିଳମଣୀ ଦେଇ ଓ ଡ଼ପୁରର ଆଶାକର୍ମୀ ପିତାମ୍ବରୀ ପ୍ରଧାନଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଗଲା । ବୁଦ୍ଧିଜୀବୀ ରାଜକିଶୋର ପରିଡ଼ା, ଜିତେନ୍ଦ୍ର ପ୍ରଧାନ, ଶାନ୍ତିଲତା ପାଢ଼ୀ, ଶିକ୍ଷକ ରମେଶ ପ୍ରଧାନ, ପ୍ରଣୟ ସ୍ଵାଇଁ, ପ୍ରିୟତମା ସାହୁ, ରଶ୍ମି ବଡ଼ଜେନା, ଫକୀର ଦାସ ଓ ଅନ୍ୟମାନେ ସଭାରେ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ କାଶୀନାଥ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

one × 5 =