jsm

ମେଡିକାଲ କଲେଜ ଛାତ୍ର ମୃତ୍ୟୁ ଘଟଣା : ବିଳମ୍ବିତ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କଲା ବଲାଙ୍ଗିର ଏକ୍ସନ କମିଟି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ହରିୟାଣାର ନିଶାନ୍ତ କୁମାରଙ୍କ ଅସ୍ୱାଭାବିକ ମୃତ୍ୟୁର ତଦନ୍ତରେ ହେଉଥିବା ବିଳମ୍ବରେ ଅସନ୍ତୋଷ ପ୍ରକାଶ କରି, ଆଜି ବଲାଙ୍ଗିର ଏକ୍ସନ କମିଟିର ଏକ ପ୍ରତିନିଧି ମଣ୍ଡଳ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବଲାଙ୍ଗିର ଏସ୍‌.ପି.ଙ୍କୁ ସାକ୍ଷାତ କରିଥିଲେ । ଗତ ତା.୨୨.୦୪.୨୦୨୨ରେ ଛାତ୍ର ନିଶାନ୍ତ କୁମାରଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ଏକ୍ସନ କମିଟିର ଏକ ପ୍ରତିନିଧି ମଣ୍ଡଳ ମେଡିକାଲ କଲେଜର ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ସ୍ଥିତିକୁ ଅନୁମାନ କରି ରାଗିଙ୍ଗ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ । କଲେଜ ଅଧ୍ୟକ୍ଷାଙ୍କ ଠାରେ କୌଣସି ସନ୍ତୋଷ ଉତ୍ତର ନ ପାଇବାରୁ କମିଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଗଣମାଧ୍ୟମ ତଥା ସୋସିଆଲ ମିଡିଆର ତଥ୍ୟକୁ ଅନୁଧ୍ୟାନ କଲେ ଏକ ସ୍ପଷ୍ଟ ଯେ, ନିଶାନ୍ତ କୁମାରଙ୍କ ମୃତ୍ୟୁ ରାଗିଙ୍ଗ ଯୋଗୁଁ ହୋଇଛି । କିଛି ବିଶୃଙ୍ଖଳିତ ଛାତ୍ରଙ୍କ ଯୋଗୁଁ ବଲାଙ୍ଗିର ମେଡିକାଲ କଲେଜ ଦେଶରେ ବଦମନା ହେଉଛି, ତେଣୁ ଦୋଷୀଙ୍କୁ ଘଣ୍ଟ ଘୋଡେଇବା ବନ୍ଦ କରି ନିରପେକ୍ଷ ତଦନ୍ତ କରିବା ଓ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ପ୍ରତିନିଧି ମଣ୍ଡଳ ଆଜି ଏସ୍‌.ପିଙ୍କୁ ଅନୁରୋଧ କରିଥିଲେ । ଏହା ବ୍ୟତିତ ବଲାଙ୍ଗିର ସହରରେ ବଢି ଚାଲିଥିବା ଅପରାଧ ଏବଂ ଟ୍ରାଫିକ ସମସ୍ୟା ବିଷୟରେ ମଧ୍ୟ ଏସ୍‌.ପିଙ୍କ ସହ ଆଲୋଚନା ହୋଇଥିଲା । ଆଜିର ପ୍ରତିନିଧି ମଣ୍ଡଳରେ ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ, ଭବାନୀ ଶତପଥି, ସାଗରିକା ଗୁରୁ, ଗିରିଶ ସିଂଦେଓ, ଯୁବ ସଂଯୋଜକ ରିଲୁ ରଥ ଏବଂ ଯୁବ ସଭାପତି ବିନୋଦ କୁମାର କାଲସାଏ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।

yuvodaya
Leave A Reply

Your email address will not be published.