pakka

କବ୍‌ଜା ପକ୍ଷରୁ ସ୍ୱର୍ଗତ ଦୂର୍ବାକ୍ଷ ବସ୍ତିଆଙ୍କ ସ୍ମୃତିଚାରଣ ସଭା

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍‌ଜା)ର ପୂର୍ବତନ ସଭାପତି ଦୂର୍ବାକ୍ଷ ବସ୍ତିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଣ୍ଟାମାଳ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ଦିବ୍ୟ ଶଙ୍କର ରାଉତ ସଭାକୁ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପୂର୍ଣ୍ଣ ଚରଣ ସାହୁ ପରିଚାଳନା କରିଥିଲେ । ଆରମ୍ଭରେ ଦିବଂଗତ ସ୍ୱର୍ଗତ ଦୂର୍ବକ୍ଷ ବସ୍ତିଆ ଓ ଆମ୍ବଗାଁର ସାମ୍ବାଦିକ ସୁରଥ ରଣାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଥିଲା । ପରେ ସ୍ୱର୍ଗତ ଦୂର୍ବାକ୍ଷ ବସ୍ତିଆଙ୍କ ଫଟୋ ଚିତ୍ରରେ ସଂଘର ସମସ୍ତ ସଦସ୍ୟ ପୁଷ୍ପ, ଧୂପ, ଦୀପ ଦ୍ଵାରା ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସ୍ମୃତି ଚାରଣ କରାଯାଇଥିଲା । ଉପଦେଷ୍ଟା ଜୟ କୁମାର ମହାରଣା, ସଭ୍ୟ ବଂଶୀଧର ମାଝୀ, ଉପସଭାପତି ପ୍ରଭାତ କୁମାର୍ ସାହୁ ପ୍ରମୁଖ ବିଗତ ଦିନର ସ୍ମୃତି ଓ ଅନୁଭୂତି ବୟାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଅନନ୍ତ ଖମାରୀ, ସଦସ୍ୟ ଦେବାଶିଷ ମଲିକ, ଅକ୍ରୁର ସାହୁ, ବଳରାମ ବାଗ, ରବୀନ୍ଦ୍ର କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିବା ବେଳେ ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × 5 =