ଭୂମିକା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସମାଜିକ ସାଂସ୍କୃତିକ ସଙ୍ଗଠନ ଭୂମିକା ତରଫରୁ ସ୍ଥାନୀୟ ବଲାଙ୍ଗିର ପବ୍ଲିକ ସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସହରର ବିଭିନ୍ନ ସ୍କୁଲର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଚିତ୍ର ଅଙ୍କନ କରିଥିଲେ । କନିଷ୍ଠ ବିଭାଗରେ ଜଗନମୟୀ ଦାସ ପ୍ରଥମ, ପ୍ରତ୍ୟାଶା ବିଶ୍ୱାଳ ଦ୍ୱିତୀୟ ଓ ଅଭିଳାଷ ଦାସ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ମାନବ ବର୍ମା ପ୍ରଥମ, ଗୌରବ ଜଗଦଲା ଦ୍ୱିତୀୟ ଓ ସୂର୍ଯ୍ୟନନ୍ଦ ତୃତୀୟ ସ୍ଥାନ ଅଧିକୃତ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଭୂମିକା ସଭାପତି ଚିତ୍ତରଂଜନ ଦାଶ, ସମ୍ପାଦକ ରାଜୀବ ଲୋଚନ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଉଭୟ ବର୍ଗର ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ କର୍ମଶାଳା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଭୂମିକାର ବିଚାରକ ଭାବରେ ମହେନ୍ଦ୍ର ମଲ୍କିକ, ପ୍ରଭାସ ଷଡ଼ଙ୍ଗୀ, ରୁଦ୍ରଦେବ ପ୍ରଧାନ ଓ ଭୂମିକାର ସଦସ୍ୟ ବ୍ୟାସଦେବ ନନ୍ଦ ମୁକେଶ ବହିଦାର, କୃଷ୍ଣ ମହାପାତ୍ର, ଶିରିଷ ହୋତା, ନୟନ ମହାନ୍ତି ସୋମ ନାଏକ, ଶକ୍ତି ଦତ୍ତ ମିଶ୍ର ସୋମେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen + 3 =