pakka

ରତନପୁରଠାରେ ସଡକ ଦୁର୍ଘଟଣା ଘଟି ଚାଲିଗଲା ଜଣଙ୍କ ଜୀବନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ରୋଡଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଭିର୍‌କାପଡାର ରାଜେଶ ମହାନନ୍ଦ ବୋଲି ଜଣାପଡିଛି । ସୂଚନା ଅନୁସାରେ କୌଣସି ଏକ କାମ ପାଇଁ ରାଜେଶ ରତନପୁରକୁ ଆସୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ରାଜେଶଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

14 + 2 =