csstore

ନୃସିଂହନାଥରେ ଆଞ୍ଚଳିକ ଶୁଣ୍ଢି ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନୃସିଂହନାଥ ଠାରେ ଅବସ୍ଥିତ ଧର୍ମଶାଳାଠାରେ ଆଞ୍ଚଳିକ ଶୁଣ୍ଢି ସମାଜର ବୈଠକ ସଭାପତି ଭୁବନେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାର୍ଷିକ ଆୟ ବ୍ୟୟ, ବିଭିନ୍ନ ଆଞ୍ଚଳିକ ସମସ୍ୟା, ଉପଖଣ୍ଡ ସ୍ତରୀୟ ମହାସଭା ତଥା ସମାଜ ସଂସ୍କାର ଉପରେ ଆଲୋଚନା ହୋଇଥିଲା । ଆସନ୍ତା ୨୪ ଫେବୃୟାରୀରୁ ୨୬ ଫେବୃୟାରୀ ହେବାକୁ ଥିବା ମହାସଭାକୁ ସଫଳ କରିବା ପାଇଁ ଆର୍ଥିକ ଏବଂ ଶାରିରୀକ ସହଯୋଗ କରିବା ସହ ସମସ୍ତ ସଦସ୍ୟ ପରିବାର ସହ ଯୋଗଦାନ ଦେବା ପାଇଁ ସଂକଳ୍ପ ନିଆଯାଇଥିଲା । ସଂପାଦକ ଅନିରୁଦ୍ଧ ବେହେରା ସ୍ୱାଗତ ଓ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଏହି ସଭାର ଆଲୋଚାରେ ମହାଦେବ ବେହେରା, ଦିଲୀପ ବେହେରା, ରିଙ୍କୁ ବେହେରା, ମୀନକେତନ ବେହେରା, ସୁରେନ୍ଦ୍ର ବେହେରା, ନବ କିଶୋର ସାହୁ, ତୁଳସୀ ବେହେରା, ନରସିଂହ ବେହେରା, ଆଯୋଧ୍ୟା ବେହେରା, ସଂଜୟ ବେହେରା, ରବି ବେହେରା ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବେଣୁଧର ବେହେରା ଅଂଶ ଗ୍ରହଣ କରି ମୂଲ୍ୟବାନ ସମୟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.