pakka

ଗୁହୁରାମୁଣ୍ଡାଠାରେ ସଡକ ଦୁର୍ଘଟଣା, ୧ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁରର ଗୁହୁରାମୁଣ୍ଡାଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ଆଗଲପୁର ବ୍ଲକ ମହଖଣ୍ଡ ଗ୍ରାମର ହେମନ୍ତ ଦୀପ ବୋଲି ଜଣାପଡିଛି । ସୂଚନା ଅନୁସାରେ ହେମନ୍ତ କୌଣସି ଏକ ଘରୋଇ କାମ ପାଇଁ ଆଗଳପୁର ଅଭିମୁଖେ ଏକ ବାଇକ ଯୋଗେ ଆସୁଥିବା ବେଳେ ଗୁହୁରାମୁଣ୍ଡାଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆଗଲପୁର ଡାକ୍ତରଖାନାଠାରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କରି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରିଥିଲେ । ତେବେ ବର୍ତ୍ତମାନ ହେମନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

fourteen + nine =