jayashree

ରେଲୱେ ଷ୍ଟେସନର ସେଡ଼୍ ଭୁଶୁଡିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ପୂର୍ବ ରେଲୱେ ଅଞ୍ଚଳରେ ଥିବା ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ରାଉରକେଲା ରେଲୱେ ଷ୍ଟେସନକୁ ଯିବା ଆସିବା କରୁଥିବା ଯାତ୍ରୀ ଏବଂ ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ ରେଲୱେ ବିଭାଗ ପକ୍ଷରୁ ରାଉରକେଲା ରେଲୱେ ଷ୍ଟେସନ ସମ୍ମୁଖରେ ଏକ ଉଚ୍ଚତା ବିଶିଷ୍ଟ ସେଡ଼ ନିର୍ମାଣ କରାଯାଇଥିଲା । ଗତକାଲି ହୋଇଥିବା ବର୍ଷାରେ ଉକ୍ତ ସେଡ଼ଟି ଭୁଶୁଡି ପଡିଥିଲା । ଭଗବାନଙ୍କ କୃପାରୁ କୌଣସି ଲୋକ ଆହତ ହୋଇନଥିବା ବେଳେ ଏକ କାର ଏବଂ ଅଟୋରିକ୍ସା କ୍ଷତିଗ୍ରସ୍ତ ହୋଇଥିଲା । ତେବେ ବିଭାଗୀୟ ଇଞ୍ଜିନିୟର ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମାଣ ହେଉଥିବା ଏହି ସେଡ଼ଟି ହଠାତ ଯେପରି ଭୁଶୁଡି ପଡ଼ିଲା, ଏଥିରୁ ସ୍ପଷ୍ଟ ହେଉଅଛି କି ଯେ, ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିଲା । କାରଣ ଯେଉଁ ବର୍ଷା ଜଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସେଡ଼ଟି ନିର୍ମାଣ ହେଉଥିଲା ସେହି ବର୍ଷାରେ ସେଡଟି ଭୁଶୁଡି ପଡିବା ଏକ ଗମ୍ଭୀର ବିଷୟ । ତେଣୁ ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ଦୋଷୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେ ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ନେବାକୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ଜୁମାର ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି ।

Leave A Reply

Your email address will not be published.