ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ

  • ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା କରାଯିବ
  • ସମୁଦାୟ ୧୦୩.୨୧ ଏକର ଜମିରୁ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି

ଭୁବନେଶ୍ୱର : ବରଗଡ଼ସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ । ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ମଧ୍ୟରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ଼ କୋଅପରେଟିଭ ସୁଗାର ମିଲ୍‌ସର Liquidatorଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବ।

Leave A Reply

Your email address will not be published.