csstore

ଖପ୍ରାଖୋଲ ବ୍ଲକ୍ ସ୍ପୋର୍ଟସ ଏସୋସିଏସନ୍‌ର ବାର୍ଷିକ ବୈଠକ ଅବସରକୁ ସମ୍ବର୍ଦ୍ଧନା : ନୂତନ ଶିକ୍ଷକଙ୍କୁ ସ୍ଵାଗତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଜବାହାରଲାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଖପ୍ରାଖୋଲ ସ୍ପୋର୍ଟସ ଆସୋସିଏସନ୍ ତରଫରୁ ବାର୍ଷିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକ୍ ଶିକ୍ଷା ଅଧିକାରୀ ଶଙ୍କର ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ମୁଖ୍ୟ ବକ୍ତା ରୂପେ ଲୁହାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ରମାକାନ୍ତ ସୁଆର, ସମ୍ମାନିତ ଅତିଥି ରୂପେ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସମ୍ବିତ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟର ଅବସର ସାରୀରିକ ଶିକ୍ଷା ଶିକ୍ଷକ ପବିତ୍ର ମୋହନ ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ ସହ ସୁସ୍ଥ ଭବିଷ୍ୟତ କାମନା କରିଥିଲେ । ସେହି ପରି ନବ ନିଯୁକ୍ତ ଖେଳ ଶିକ୍ଷକ ବିଦେଶୀ ସାହୁ, ପୁନମ୍‌ ଚାନ୍ଦ ମାଝୀ, ସନାତନ କୁମ୍ଭାର, ରୋଜି ମଲ୍ଲିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଧଣ୍ଡାମୁଣ୍ଡା ପ୍ରଧାନ ଶିକ୍ଷକ ଅଜେୟ କୁମାର ଭୋଇ, ରଜତ କୁମାର ଦାସ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରମୋଦ କୁମାର ବାଗ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.