csstore

ଅଭ୍ୟାସ ଟେକ୍ନୋ ସ୍କୁଲରେ ବହୁ ଆଡମ୍ବରରେ ଶିଶୁ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଭ୍ୟାସ ଟେକ୍ନୋ ସ୍କୁଲ, ପଦ୍ମପୁରରେ ବହୁ ଆଡମ୍ବରର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଶିଶୁ ଦିବସରେ ଶିଶୁଙ୍କୁ ଭବିଷ୍ୟତର ଜ୍ଞାନ ଦେଇ ଅଭ୍ୟାସର ଶିକ୍ଷକମାନେ ବହୁ ସୁନ୍ଦର ବାଭେ ଡ୍ରାମା, ଗୀତ, ନାଚ ପରିବେଷଣ କରି ପାଳନ କରିଥିଲେ । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପୂଜା ସହ ଚାଚା ନେହେରୁଙ୍କ ଫଟୋରେ ପୁଷ୍ପ ଅର୍ପଣ କରିବା ନିମନ୍ତେ ଶିଶୁଙ୍କ ସହ ଅଭ୍ୟାସର ପ୍ରିନ୍ସିପାଲ ଦିବ୍ୟ ଦେବାଶିଷ ଦୁବେ, ସେକ୍ରେଟେରୀ ଲାଡି ତୁକାରାମ, ମେନେଜର ଗାୟତ୍ରୀ ପଣ୍ଡା, ଅତିରିକ୍ତ ପ୍ରିନ୍ସପାଲ ମନୀଷା ପରିଚ୍ଛାଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ବୃନ୍ଦ ସାମିଲ ହୋଇଥିଲେ । ଏହାର ମୁଖ୍ୟ ଆକର୍ଷଣ ଥିଲା ଶିଶୁଙ୍କ ଦ୍ଵାରା ଆୟୋଜିତ “ଅଭ୍ୟାସ ବଜାର “। ଯେଉଁ ବଜାରରେ ପିଲାମାନେ ନିଜେ କିଛି ରୋଷେଇ ଖାଦ୍ୟ, ମିଠା, କଷ୍ଟ୍ରେଡ, ବହିଖାତା, କଲମ, କପଡ଼ା, ଗୁପ୍‌ଚୁପ ଆଣି ବିକ୍ରି କରିଥିଲେ । ତତ ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାରର ଚିତ୍ର କରି ପ୍ରଦର୍ଶନ ମଧ୍ୟ କରିଥିଲେ । ତାହା ସହ ଶିକ୍ଷକ, ଶିକ୍ଷୟତ୍ରୀମାନେ ଡ୍ରାମା ସହ ଅଭ୍ୟାସ ଶିଶୁର ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସକାଳ ୯. ୩୦ରୁ ପ୍ରାର୍ଥନା ଆରମ୍ଭ ହୋଇଥିଲା ଏବଂ ପ୍ରାର୍ଥନା ଶିକ୍ଷକ, ଶିକ୍ଷୟତ୍ରୀମାନେ କରିଥିଲେ । ଶିଶୁଙ୍କୁ ବିଭିନ୍ନ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟରେ ପ୍ରିନ୍ସପାଲ ଘୋଷଣା କରିଥିଲେ ଯେ, ଅଭ୍ୟାସ ଟେକ୍ନୋ ସ୍କୁଲ ବର୍ତ୍ତମାନ ସମୟରେ ପ୍ରଥମ ସ୍ଥ।ନରେ ନର୍ସରୀ ଠାରୁ କେବଳ ନବମ ଯାଏଁ ୫୦୫ ଛାତ୍ରଛାତ୍ରୀ ରହିଛନ୍ତି । ଶେଷରେ କେକ୍ କାଟି ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.