om academy

ସାପଧରାଳିଙ୍କ ଘରେ ତମ୍ପ ଦେଲା ୧୯ଟି ଛୁଆ

jsm

କାକଟପୁର : ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ ହୋଇଛନ୍ତି ୧୯ଟି ଛୁଆ । ପରେ ବ୍ରଜକିଶୋର ଉକ୍ତ ଛୁଆଗୁଡ଼ିକୁ ଉଦ୍ଧାର କରି ସ୍ଥାନୀୟ ବନଖଣ୍ଡକୁ ହସ୍ତାନ୍ତର କରିଛନ୍ତି । ସୂଚନା ମୁତାବକ, ପ୍ରାୟ ୨ ମାସ ପୂର୍ବରୁ କୋଣାର୍କର ଜଣେ ବ୍ୟକ୍ତିଙ୍କ ଘରୁ ଏକ ସାପ ଥିବା ଖବରପାଇ କାକଟପୁରର ସାପଧରାଳି ବ୍ରଜକିଶୋର ସେଠାକୁ ଯାଇ ଗୋଟିଏ ବିଷଧର ତମ୍ପକୁ ଉଦ୍ଧାର କରିଥିଲେ । ରାତି ହୋଇଯାଇଥିବାରୁ ସାପଟିକୁ ଘରକୁ ଆଣି ଗୋଟିଏ ଡବାରେ ରଖିଥିଲେ । ପରଦିନ ସକାଳୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଡବା ଖୋଲିବା ବେଳେ ଉକ୍ତ ସାପଟି ୧୯ଟି ଅଣ୍ଡା ଦେଇଥିବା ଦେଖିଥିଲେ । ଉକ୍ତ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରି ଅଣ୍ଡା ଦେବା ବାବଦରେ ତତ୍କାଳୀନ ଜଙ୍ଗଲ ଅଧିକାରୀ ସବୀର ସାହୁଙ୍କୁ ସୂଚନା ଦେଇଥିଲେ । ଉକ୍ତ ଅଣ୍ଡାଗୁଡିକର ଯତ୍ନ ନେବା ପାଇଁ ବ୍ରଜକିଶୋର ବନ ବିଭାଗକୁ କହିବାରୁ ଅଧିକାରୀ ରାଜି ହୋଇଥିଲେ ।

ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ଅଣ୍ଡାଗୁଡିକର ଯତ୍ନ ନେଇଥିଲେ ବ୍ରଜକିଶୋର । ତେବେ ମଙ୍ଗଳବାର ସକାଳେ ସେ ଦେଖିବାବେଳେ ସେହି ଡବାରେ ଅଣ୍ଡାଗୁଡିକ ଫୁଟି ତମ୍ପ ଛୁଆ ଜନ୍ମ ନେଇଥିଲେ । ଏହି ଖବର ପ୍ରଚାର ହେବା ପରେ ସାପ ଛୁଆଗୁଡ଼ିକୁ ଦେଖିବାକୁ ବ୍ରଜକିଶୋରଙ୍କ ଘରେ ଲୋକଙ୍କ ଭିଡ଼ ଜମିଥିଲା । ପରେ ବ୍ରଜକିଶୋର ବନ ବିଭାଗକୁ ଜଣାଇ ସାପଛୁଆଗୁଡ଼ିକୁ ହସ୍ତାନ୍ତର କରିଥିଲେ । ସାପଧରାଳି ବ୍ରଜକିଶୋରଙ୍କ ଏଭଳି ପ୍ରୟାସ ପାଇଁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

2 × five =