
ରାଉରକେଲା, (ସସ୍ମିତା ପ୍ରଧାନ) : ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ସହରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସମ୍ପ୍ରତ୍ତି ଭୀଷଣ ବର୍ଷାକୁ ଆଖି ଆଗରେ ରଖି ସହରର କିଛି ସଫେଇ କର୍ମଚାରୀଙ୍କୁ ଛତା ବଣ୍ଟନ କରାଯାଇଥିଲା । ଭାଇବ୍ରାଣ୍ଟର ସଭାପତି ଡ଼. ସଞ୍ଜୁକ୍ତା ପତି ଓ ସାଧାରଣ ସମ୍ପାଦକ ବିଜୟଲକ୍ଷ୍ମୀ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ଛତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ଅନିତା ନାୟକ, ଅଞ୍ଜଳି ହୋତା, ସବିତା ମହାନ୍ତି, ସୌଦାମିନୀ ଶତପଥୀ, ସୋମା ମହାପାତ୍ର, ଡ଼ଃ ନିବେଦିତା ପଟ୍ଟନାୟକ ରାୟ, ବସନ୍ତ କୁମାର ତନ୍ତୀ, ଶ୍ରୀଧର ମଲ୍ଲିକ,ସଞ୍ଜିତ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।