
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧ ଏବଂ ୨ ଅଞ୍ଚଳର ଜଗଧାତ୍ରୀ ବସ୍ତି ଏବଂ ଘୋଡାବନ୍ଧ ବସ୍ତିରେ ଷ୍ଟ୍ରିଟ ଲାଇଟ ନଥିବା କାରଣରୁ ବସ୍ତିରେ ଯିବା ଆସିବା କରିବାରେ ସ୍ଥାନୀୟ ଅଂଚଳବାସୀ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ଏ ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ବସ୍ତି ଅଞ୍ଚକ ପରିଦର୍ଶନ କରିବା ପରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଫଳରେ ଆଜି ଆର୍ଏସ୍ପି ପକ୍ଷରୁ ଉକ୍ତ ଦୁଇବସ୍ତିରେ ସୋଲାର ଲାଇଟ ସ୍ଥାପନ କରାଯାଇଛି । ଯାହାଦ୍ୱାରା ବସ୍ତି ବାସିନ୍ଦା ନିଜ ବସ୍ତି ଭିତରେ ଚଲାବୁଲା କରିବାରେ ସମ୍ମୁଖୀନ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ବିଧାୟକ ଶ୍ରୀ ତନ୍ତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।