ଅନୁପସ୍ଥିତ ଥିବା ହିତାଧିକାରୀଙ୍କୁ ରାସନ ସାମଗ୍ରୀ ପ୍ରଦାନ ନକଲେ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକ ହେଉଛି ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଲୋକ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଉଥିବା ବେଳେ ସେମାନେ ୪/୫ ମାସ ଧରି ଅନୁପସ୍ଥିତ ରହୁଛନ୍ତି । ସେଠାରୁ ସେମାନେ ଘରକୁ ଆସି ରାସନ୍‌ ସାମଗ୍ରୀ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ଯୋଗାଣ ସହାୟକ ମାନେ ରାସନ୍‌ ସାମଗ୍ରୀ ଲେଫସ ହୋଇଛି କହି ଆଉ ରାସନ ସାମଗ୍ରୀ ଦେଉନ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଞ୍ଚଳର ଲୋକେ ସବୁ ବେଳେ ବାହାର ରାଜ୍ୟରେ ରହି କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଅନୁପସ୍ଥିତ ଥିବା ହିତାଧିକାରୀଙ୍କୁ ରାସନ୍‌ ସାମଗ୍ରୀ ପ୍ରଦାନ କରାଯାଉ ବୋଲି ପ୍ରେସ ଭିଡିଓ ବାର୍ତ୍ତାରେ ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଭିଡିଓ ବାର୍ତ୍ତା ଦେବା ସମୟରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ, କଳ୍ପେନ୍ଦ୍ର ସରାଫ, ବୃନ୍ଦାବନ ହାତୀ, ରାଜେଶ ଭୋଇ, କ୍ଷୀରେନ୍ଦ୍ର ସାହୁ, ଓମ୍‌ ପ୍ରକାଶ ରାଓ ଏବଂ ଅନ୍ୟ ମାନେ ସାମିଲ ହୋଇଥିଲେ । ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ହିତାଧିକାରୀ ମାନଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.