csstore

ପଦ୍ମପୁରରେ ଚାଷୀଙ୍କ ଧାରଣା ତୃତୀୟ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି ‌। ବରଗଡ଼ ଜିଲ୍ଲା ରାଜ ବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା, ଚାଷୀଙ୍କ ବୀମା କାଟିବା, ବକେୟା ବିଦ୍ୟୁତ ବିଲ ଆଦାୟ କରିବା ବିରୁଦ୍ଧରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ସମସ୍ତ କାମକୁ ଅଚଳ କରିଛନ୍ତି ଚାଷୀ । ସରକାରୀ କାମ ତିନି ଦିନ ଅଚଳ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ସ୍ଥାଣୁ ପାଳଟି ନିରବ ଦ୍ରଷ୍ଟା ସାଜିଥିବା ଦେଖାଯାଉଛି । ଚାଷୀଙ୍କ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏମିତି ଅନିର୍ଦ୍ଦିଷ୍ଟ କାଳ ସରକାରୀ କାର୍ଯ୍ୟାଳୟ ଅଚଳ ରହିବ ବୋଲି ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ଓଡ଼ିଶା ସରକାର ବାରମ୍ବାର ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି ଚାଷୀଗଣ ।

jayashree
Leave A Reply

Your email address will not be published.