ଚାଷୀ ଶୋଷଣ ନୀତିକୁ ନେଇ ଉଭୟ ସରକାର ସହ ଜିଲ୍ଲା ପ୍ରଶାସନକୁ ତାଗିଦ କଲେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଗତ କାହିଁ କେତେ ବର୍ଷରୁ ଚାଷ ଓ ଚାଷୀ ମଧ୍ୟରେ ଅନେକ ପ୍ରଶ୍ନ ଛିଡା ହେଉଥିବା ବେଳେ ପ୍ରାୟତଃ ସମୟରେ ଚାଷୀକୁଳ ହରଡ଼ଘଣାରେ ପଡି ଦୁର୍ଦ୍ଦିନରେ କାଳାତିପାତ କରିଆସୁଛି । କେତେବେଳେ ଚାଷ ସମ୍ବନ୍ଧୀୟ ସମସ୍ୟା ତ କେତେବେଳେ ଚାଷବାସର ଉଚିତ ପ୍ରାପ୍ୟ ପାଇଁ, ଆୟଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛି ଚାଷୀକୁଳ । ତେବେ ବାଦ ବିବାଦ ଦେଇ ଚାଷୀ ସମୂହ ରହି ଆସୁଛନ୍ତି ଯାହାର କୌଣସି ନିର୍ଣ୍ଣାୟକ ପଦ୍ଧତି କି ପ୍ରକିୟା ମଧ୍ୟ ଉଭୟ ସରକାର ଏପର୍ଯ୍ୟନ୍ତ ନେଉନଥିବା ଚିତ୍ର ସାମ୍ନାକୁ ମଧ୍ୟ ଆସୁଥିବାର ଦୃଶ୍ୟ ମାନ ହେଉଛି । ଯାହା ଫଳରେ ପରିଶେଷରେ ଚାଷୀକୁଳ ନିଜ ହକର ଲଢେଇ ପାଇଁ ରାଜ ରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇ ଧାରଣା ଦେବା ସହ ସଂଘର୍ଷ ଜାରି ରଖିଥାଏ ।ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ବେହାଲ ଭାବେ ରହିଥାଏ ଚାଷୀ । କିନ୍ତୁ ପରିତାପର ବିଷୟ ଏହା ସତ୍ୱେ ଉଭୟ ସରକାର ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖିବା ସହ ଏମାନଙ୍କ ହକର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ପରିବର୍ତ୍ତେ ଏମାନଙ୍କ ପାଇଁ ଆଣିଥାନ୍ତି ତାର ବିପରୀତ ଚରମ ନିଷ୍ପତି । ଯାହାକୁ ନେଇ ଆଜି ବଲାଙ୍ଗିର ଯାଦବ ଭବନ ପରିସରରେ ବିଲେଇସଡର଼୍ା ଗ୍ରାମର ଚାଷୀ ଭରତ ଭୂଷଣ ପ୍ରଧାନ ଓ ଶ୍ରୀ ବରାଡ଼ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଚାଷ ଓ ଚାଷୀ ପ୍ରତି ହେଉଥିବା ବୈମାତୃକ ମନୋଭାବ ଓ ବିଭିନ୍ନ ସମୟରେ ଚାଷୀକୁଳକୁ ପ୍ରତାରଣା ଭଳି ଜଟିଳ ତଥା ସଙ୍ଗୀନ ପରିସ୍ଥିତିରେ ପକାଉଥିବା ସମସ୍ୟା ର ସମାଧାନ ପାଇଁ ପ୍ରଶ୍ନ କରିଛନ୍ତି । ତେବେ ସୂଚନା ଅନୁସାରେ ଗତ ୨୫ ତାରିଖରୁ ଜିଲ୍ଲାର ମଣ୍ଡି ଆରମ୍ଭ ହୋଇଥିବା ସତ୍ୱେ ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡ଼ିକରେ ଅବ୍ୟବସ୍ଥା ସହ ଚାଷୀକୁଳଙ୍କୁ ହରଡ଼ଘଣାରେ ପକାଇଛନ୍ତି ।ଯାହା ଧାନ ଅମଳ ନ ହୋଇଥିଲେ ସୁଦ୍ଧା ମଣ୍ଡି ଗୁଡିକରେ ସିଧାସଳଖ ଏଣ୍ଟ୍ରି ହୋଇଥିବା ଦର୍ଶାଇଛନ୍ତି । ଯେଉଁଥିରେ ଚାଷୀ ପଞ୍ଜିକରଣ ତ୍ରୁଟି, ଧାନ ଦର ମିଳୁନଥିବା, ଏଫଏକ୍ୟୁ ବାହାନାରେ ୫/୬କେଜି କଟନୀ ଛଟନୀ, ହେଉଥିବା ବେଳେ ପ୍ରଶାସନ ଏଫ୍‌ଏକ୍ୟୁ ମାନର ଧାନରେ କଟନୀ ଛଟନୀ ନ ହେବା ନେଇ ଦର୍ଶାଉଛି ଯାହା ମିଲରସ ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ନୀତି ଜାରି ରହି ସମୂହ ଚାଷୀକୁଳକୁ ଶୋଷଣ କରିବାର ପନ୍ଥା ଆପଣାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଆଟ ଜମିରେ ଚାଷ ହେଉଥିଲେ ମଧ୍ୟ କାର୍ଡରୁ ବାଦ ପଡୁଛନ୍ତି ଚାଷୀ । ଏକର ପ୍ରତି ୨୦/୨୨କ୍ୟୁଣ୍ଟାଲ ଧାନ ଅମଳ ହେଉଥିବା ବେଳେ ଟୋକନରେ ଏକର ପ୍ରତି ୧୩ କ୍ୟୁଣ୍ଟାଲ ବିକ୍ରି ରହିଛି ସରକାରୀ ନିର୍ଦେଶ । ତେବେ ଅବଶିଷ୍ଟ ଧାନ ତଥା ବଡ଼ ଚାଷୀ କେଉଁଠି ବିକ୍ରି କରିବେ । ଚାଷୀଙ୍କୁ ବସ୍ତା ଅଖା ଟଙ୍କା ମଧ୍ୟ ମିଳୁନି । ଧାନ ଚାଷରେ ଖର୍ଚ୍ଛାନ୍ତ ଅନୁପାତରେ ଧାନ ବିକ୍ରି ମୂଲ୍ୟ ବୃଦ୍ଧି ହେଉନି । ମିଲରସ ପ୍ୟାକସ କର୍ମଚାରୀ ମନ ମୁତାବକ ଅମଳ ଧାନରେ କଟନୀ ଛଟନୀ ପ୍ରକିୟା ଜାରି ରଖିଛନ୍ତି । ଯାହା ଚାଷୀକୁ ଚିନ୍ତାରେ ପକାଇବା ସହ ଦୁର୍ଦିନରେ କାଳାତିପାତ କରିବା ପାଇଁ ବାଧ୍ୟ କରିବା ଭଳି ପରିସ୍ଥିତି ସୃଷ୍ଟି କରି ସମୂହ ଚାଷୀକୁଳକୁ ଶୋଷଣ କରିବା ନୀତି ଆପଣେଇଛନ୍ତି । ଯାହାର ଆମେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚେତାଇ ଦେଉଛୁ ବୋଲି କହିଛନ୍ତି । ଏଭଳି ବୈମାତୃକ ମନୋଭାବ ଯଦି ଜାରି ରୁହେ ତେବେ ଆଗାମୀ ଦିନରେ ଏହାର ପରିଣାମ ଭୟାବହ ହେବ ଓ ଜିଲ୍ଲାର ସମସ୍ତ ମଣ୍ଡିକୁ ଆମେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବାଧ୍ୟ ହେବୁ ବୋଲଇ ଚେତାବନୀ ଦେଇଛନ୍ତି ଶ୍ରୀ ପ୍ରଧାନ ଓ ସମ୍ମିଳନୀ ଆୟୋଜନ କରିଥିବା ଦିଲ୍ଲୀପ ବରାଡ଼ ।

Leave A Reply

Your email address will not be published.

10 + 8 =

error: Content is protected !!