csstore

୭୩ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଚାରା ବିତରଣ

ନୂଆପଡା, (ନିରାକାର ମେହେର) : ବିଶ୍ୱ ବନ ମହୋତ୍ସବ ଓ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସିନାପାଲି ଗୋଷ୍ଟୀ ସ୍ୱାସ୍ଥ କେନ୍ଦ୍ରରେ ଚାରା ରୋପଣ କରାଯାଇଛି । ଜୁଲାଇ ୧ରୁ ୭ ତାରିଖ ଯାଏ ସାରା ବିଶ୍ୱରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ନୂଆପଡା ଜିଲ୍ଲା ସିନାପାଲି ରେଂଜ ଅଧିନସ୍ଥ ସରଧାପୁର ନର୍ସରିରେ ଚାରା ବିତରଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସିନାପାଲି ରେଂଜର ବିମଳ ପ୍ରସାଦ ଟୋକନୋଙ୍କ ନେତୃତ୍ୱରେ ଫରେଷ୍ଟର ଖଗେଶ୍ୱର ମାଝିଙ୍କ ପ୍ରଚେଷ୍ଟାରେ ଗୋଟିଏ ଟଙ୍କାରେ ଗୋଟିଏ ଚାରା ବିତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ।ଏହି ଅବସରରେ ନିମ୍ବ, ଦେବଦାରୁ, ପଣସ, ଆମ୍ବ ଏମିତି କି ବିଭିନ୍ନ ପ୍ରକାରର ଚାରା ବିତରଣ କରାଯାଇଛି । ଏହି ଚାରା ବିତରଣ ସିନାପାଲି ରେଂଜ ଅନ୍ତର୍ଗତ ସମସ୍ତଙ୍କ ଗୋଟିଏ ଟଙ୍କାରେ ଗୋଟିଏ ଚାରା ଦିଆଯିବ ଓ ତା’ ସହିତ ନିଜର ଆଧାର କାର୍ଡ ଆଣିବା ପାଇଁ ଫରେଷ୍ଟର ଖଗେଶ୍ୱର ମାଝି କହିଛନ୍ତି ଓ ଯାହାକୁ ଅନ୍ୟ କୌଣସି ଚାରା ଦରକାର ଥିଲେ ଶ୍ରୀ ମାଝିଙ୍କୁ ଦରଖାସ୍ତରେ ନିବେଦନ କରିବା ପାଇଁ କହିଛନ୍ତି । ତଥା ୪୭ ଜଣ ବନ ବଭାଗର ସୁରକ୍ଷା ସମିତିଙ୍କୁ ଫ୍ରିରେ ଚାରା ଦିଆଯିବା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏଜେୱାଇ ଟିମ ଲିଡର ଅମୁଲ୍ୟ ପଣ୍ଡା ଓ ଡେଭ୍‌ଲପଖମେଣ୍ଟ ଅଫିସର୍‌ ବୁଦ୍ଧଦେବ ଦଣ୍ଡସେନା, ସୌମ୍ୟରଂଜନ ସୁନାନୀ ଓ ଡେପୁଟି ରେଂଜର ଜଗତାନଂଦ ମଂଗରାଜ ଓ ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.