pakka

ଦୁଇ ବର୍ଷ ପରେ ସହସ୍ରାଧିକ ଭକ୍ତଙ୍କ ମେଳରେ ହର୍ଷୋଲ୍ଲାସରେ ପାଳିତ ହେଲା ପାଟଣାଗଡ଼ ରଥଯାତ୍ରା

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ମହାମାରୀ କରୋନା ଯୋଗୁଁ ଦୁଇବର୍ଷ ପର୍ଯ୍ୟନ୍ତ ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇଥିଲା । ତେବେ ଦୁଇବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏଥିପାଇଁ ଗାଁ ରୁ ସହର ଉତ୍ସବ ମୁଖର ହୋଇଉଠିଥିଲା । ସେହିପରି ପାଟଣାଗଡ଼ ସହର ରଥଯାତ୍ରା ସହସ୍ରାଧିକ ଭକ୍ତଙ୍କ ମେଳରେ ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ବଳଦେବ ଜୀଉ ମନ୍ଦିରରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅପରାହ୍ନ ୪ ଟାରେ ଛେରାପହଁରା ପରେ ହଜାର ହଜାର ଶ୍ରଦ୍ଧାଳୁ ବଳଦେବ, ସୁଭଦ୍ରା ଓ ଜଗନ୍ନାଥ ତିନି ରଥରେ ବିଜେ କରିଥିଲେ । ତିନି ରଥକୁ ଟାଣିଟାଣି ମାଉସୀ ମାଆ ମନ୍ଦିରକୁ ନେଇ ଯାଇଥିଲେ । ଘଣ୍ଟଘଣ୍ଟା, ଶଙ୍ଖ, ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ଏଥିରେ, ଘଣ୍ଟ ପାର୍ଟି, ମହିଲା ସଂର୍କିତ୍ତନ ଦଳ ପରିବେଷଣ କରିଥିବା ବେଳେ, ବିଭିନ ସଂଗଠନ ପକ୍ଷରୁ ଚା, ଅନ୍ନ ପ୍ରସାଦ, ଦହି ପାନୀୟ ଜଳ, ମିଠା ବଣ୍ଟନ କରାଯାଇଥିଲା । ଏହି ରଥଯାତ୍ରାରେ ମନ୍ଦିର ସେବାୟତ, ପୁରୋହିତ, ଦୈତାପତି, ପାଟଣାଗଡ଼ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାମାନେ ଯୋଗଦେଇ ସହଯୋଗ କରିଥିବା ବେଳେ ପାଟଣାଗଡ଼ ପ୍ରଶାସନ ତଥା ଦେବତ୍ତୋର ପକ୍ଷରୁ ଉପଜିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠୀ, ତହସିଲଦାର ଡ଼.ପୁଷ୍ପାଞ୍ଜଲୀ ପଣ୍ଡା, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବିଭାଗ ଏସଡିପିଓ ଜ୍ୟୋତିମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ସହ ସହର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଥିଲେ, ବିଭିନ୍ନ ବିଭାଗର ଅଧିକାରୀ, ସ୍ୱାସ୍ଥବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ଆଦି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଶ୍ରାଦ୍ଧାଳୁଙ୍କ ସମାବେଶ ଅଧିକ ଥିବାର ପରିଲକ୍ଷିତ ହୋଇଥିଲା ।

jay balangir
Leave A Reply

Your email address will not be published.

seventeen + 7 =

error: Content is protected !!