jayashree

ଶାରେଦେଶ୍ୱରୀ ଆୟୁର୍ବେଦିକ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଆୟୁର୍ବେଦିକ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଇନ୍‌ଚାର୍ଜ ଡେପୁଟି ସୁପରିଟେଣ୍ଡେଣ୍ଟ ଡା. ସଂଜୀବ କୁମାର ଦୋରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଅନେକ ରୋଗୀ ଦୂରାଦୂରାନ୍ତର ଚିକିତ୍ସିତ ହେବା ପାଇଁ ଏହି ଶିବିରରେ ଯୋଗଦାନ କରିଥିଲେ । ପ୍ରାୟ ୨୫୦ରୁ ଅଧିକ ରୋଗୀ ଯୋଗଦାନ କରିଥିଲେ । ଏହି ଶିବିର ସକାଳ ଘ.୮ ରୁ ଦିବା ଘ.୨ ପର୍ଯ୍ୟନ୍ତ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଡା. ବାସୁଦେବ ପତି, ପ୍ରକାଶ ଚନ୍ଦ୍ର ଦାଶଙ୍କ ସହଯୋଗ କରିଥିଲେ । ଡା. ସଂଜୀବ କୁମାର ଦୋରା, ଡା. ବ୍ୟାସ ଦେବ ନାଏକ, ଡା. ଅମ୍ବୁଜ କୁମାର ବିଶ୍ୱାଲ, ଡା. ରାଜ କୁମାର ମେହେର, ଡା. ଦୁଷ୍ମନ୍ତ ମେହେର, ଡା. ସରିତା ନାଏକ, ଡା. ପୂଜା ମେହେର, ଡା. ମନୀଷା ସିଂହ, ଡା. ଅଶୋକ କୁମାର ମିଶ୍ର ଏବଂ ଦେବଦତ୍ତ ମିଶ୍ର, ଶିକ୍ଷାର୍ଥୀ ମୋନିକା ତ୍ରିପାଠୀ, ଦିବାଂଶି ରାଠୋର, ପ୍ରଜ୍ଞାପ୍ରଭାମିତ ହାତୀ, ସ୍ମୃତି ସୁଚରିତା ହାତୀ, ଆନନ୍ଦ ତିୱାରି, ଅନୁଭବ ମିଶ୍ର, ଅଭିଷେକ ହୋତା ଏବଂ ଆୟୁର୍ବେଦିକ କଂପାନୀର କର୍ମକର୍ତ୍ତାମାନେ ସଫଳ କରିଥିଲେ । ଶେଷରେ ଡା. ସଂଜୀବ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.