ଉଦଯାପିତ ହେଲା ପଞ୍ଚଦଶ ସମଲେଶ୍ବରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଖଇରଭାଡିକୁ ହରାଇ କଣ୍ଟାମାଳ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : ବୋୖଦ୍ଧ ଜିଲ୍ଲା ଘଣ୍ଟାପଡା ସମଲେଶ୍ବରୀ ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚଦଶ ସମଲେଶ୍ବରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଖଇରଭାଡିକୁ ୨-୦ ଗୋଲରେ ହରାଇ କଣ୍ଟାମାଳ ଦଳ ଚାମ୍ପିଅନ ହୋଇଥିଲା । ଏଇ ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଘଣ୍ଟାପଡା ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଘଣ୍ଟାପଡା ପିଏଚସି ଡାକ୍ତର ସଞ୍ଜୟ କୁମାର ନାଏକ, ଶିକ୍ଷାବିତ ନିଳାଞ୍ଚଳ ଭୋଇ, ମନ୍ଦରଧର ବେହେରା, ଆଇନଜୀବୀ ମନୋଜ ଶର୍ମା, ଜମ୍ବେଶ୍ବର ମାଝୀ ଟ୍ରଷ୍ଟର ସଂପାଦକ ସୁଶାନ୍ତ ମାଝୀ, ଆଦିବାସୀ ନେତା ଦାମୋଦର ଭୋଇ, ସମାଜସେବୀ ପ୍ରେମରାଜ ରଣା, ଅଶୋକ ସାହୁ, ସମିତି ସଭ୍ୟ ନିତ୍ୟାନନ୍ଦ ସେନାପତି ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ବିଜେତା କଣ୍ଟାମାଳ ଦଳକୁ ୩ହଜାର ଟଙ୍କା ଓ ଉପବିଜେତା ଖଇରଭାଡି ଦଳକୁ ୨ହଜାର ଟଙ୍କା ନଗଦ ଅର୍ଥରାଶି ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଛି । ରେଫରି ଭାବରେ ବୀରବାହୁ ସାହୁ ଏବଂ ଲାଇନ ମ୍ୟାନ ଭାବରେ ଉଗ୍ରସେନସିଂ କହଁର ଓ ଦୁର୍ୟ୍ୟୋଧନ ଝାଙ୍କର ଖେଳ ପରିଚାଳନା କରିଥିଲେ। ଘଣ୍ଟାପଡାର ସମସ୍ତ ଖେଳାଳି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.