ପ୍ରେମିକ ସହ ୭ ବର୍ଷର ଝିଅକୁ ଧରି ମହିଳା ଚମ୍ପଟ

ବ୍ରହ୍ମଗିରି : ପ୍ରେମିକ ସହ ୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଜରେ ମହିଳା ଚମ୍ପଟ ମାରିଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚଚ୍‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଜଣେ ବ୍ୟକ୍ତି ପୁରୀରେ ରହି ପାଇପ୍‌ ମିସ୍ତ୍ରୀ କାମ କରନ୍ତି । ଗାଁରେ ତାଙ୍କ ପତ୍ନୀ ଓ ୭ ବର୍ଷର ଝିଅ ରହୁଥିଲେ । ଗତ ୨୧ ତାରିଖ ଦିନ ମହିଳା ଜଣକ ବାପଘରକୁ ଯିବେ କହି ଝିଅକୁ ନେଇ ବାହାରି ଯାଇଥିଲେ । ମାତ୍ର ସଂଧ୍ୟା ସୁଦ୍ଧା ପତ୍ନୀ ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ଶ୍ୱଶୁର ଘରକୁ ଫୋନ୍‌ କରିଥିଲେ । ତେବେ ତାଙ୍କ ଘରକୁ କେହି ଆସି ନଥିବା ଶ୍ୱଶୁର ଘର ଲୋକେ କହିବାରୁ ବ୍ୟକ୍ତି ଜଣକ ବହୁ ଖୋଜାଖୋଜି କରିଥିଲେ । ଶେଷରେ ନିକଟସ୍ଥ ଏକ ଗ୍ରାମର ଜଣେ ଯୁବକ ସହ ତାଙ୍କ ପତ୍ନୀ ଫେରାର ହୋଇ ଯାଇଥିବା ଖବର ପାଇଥିଲେ । ଏ ନେଇ ବ୍ୟକ୍ତି ଜଣକ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିବା କୁହାଯାଇଛି ।

Leave A Reply

Your email address will not be published.