ଶେଷରେ ଚାଲିଗଲେ ଅଭିନେତା ଆଶିଷ ରୟ

ମୁମ୍ବାଇ : ଟିଭି ଅଭିନେତା ଆଶିଷ ରୟଙ୍କ ଦେହାନ୍‌ନ୍ତ ହୋଇଛି । ବହୁ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ । ୫୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍‌ଙ୍କ ଆର୍ଥିକ ଅବସ୍ଥା ବି ଭଲ ନଥିଲା । ତାଙ୍କ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । କିଡ଼ନୀ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ଡାଏଲିସିସ ଚାଲିଥିଲା । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ୨୦୨୦ ଜାନୁଆରୀରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ତାଙ୍‌ଙ୍କ ସ୍ବାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା ।

Leave A Reply

Your email address will not be published.