ରୋଗୀ ଦେଖୁଥିବା ବେଳେ ଆରପାରିକୁ ଚାଲିଗଲେ ଡାକ୍ତର

ଧର୍ମଶାଳା : ମୃତ୍ୟୁ କେତେବେଳେ ଆସେ କେହି କହିପାରନ୍ତି ନାହିଁ । ଜାରକା ସ୍ଥିତ ତାଙ୍କ ବାସଭବନରେ ଡାକ୍ତର ରମେଶ ଚନ୍ଦ୍ର ସାହୁ (୬୬) ରବିବାର ଦିନ ସମୟ ପୂର୍ବାହ୍ନ ପ୍ରାୟ ୯ଟାରେ ସବୁ ଦିନ ପରି କ୍ଲିନିକରେ ରୋଗୀ ଦେଖିବାକୁ ଆସିଥିଲେ । କିନ୍ତୁ ରେଗୀ ଦେଖୁଥିବା ବେଳେ ହଠାତ୍‌ ଅସହ୍ୟ ଯନ୍ତ୍ରଣା ହେବାରୁ ଅସୁସ୍ଥତା ଅନୁଭବ କରି ବସିବା ଚେୟାର୍‌ରୁ ଢଳି ପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କ ପୁଅ ଅଶୁଂମାନ ଗାଡ଼ି ବାହାର କରି ଡାକ୍ତରଖାନା ନେଉଥିଲେ । ଯେମିତି ଘରୁ କିଛି ବାଟ ଯାଇଛନ୍ତି ପୁଣି ସେ ଢଲି ପଡିଲେ । ତୁରନ୍ତ ନିକଟସ୍ଥ ଚଣ୍ଡିିଖୋଲ ସ୍ଥିତ ଡ.ଶତପଥୀଙ୍କ କ୍ଳିନିକକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ କିଛି ଦିନ ହେଲା ସେ ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ । ଡାକ୍ତର ରମେଶ ଚନ୍ଦ୍ର କେନ୍ଦ୍ରପଡା ଜିଲ୍ଲା ଡେରାବିଶ ବ୍ଲକ ବେଣୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଚାକିରୀରୁ ଅବସର ଗ୍ରହଣ କରି ସମାଜସେବା କରୁଥିଲେ । ତାଙ୍କ ମରଶରୀର ଜାରକାରେ ପହଞ୍ଚିବା ପରେ ତାଙ୍କର ଶେଷ କୃତ୍ୟ କରାଯାଇଥିଲା ।

Leave A Reply

Your email address will not be published.