ମୁହାଁମୁହିଁ ୨ କାର୍‌‌ ଧକ୍କା : ୨ ମୃତ, ୬ ଗୁରୁତର

ଫୁଲବାଣୀ : ଦୁଇଟି କାର୍‌ ମୁହାଁମୁହିିଁ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା କଳିଙ୍ଗିଆ – ଉଦୟଗିରି ରାସ୍ତାର ରାଇପଦା ଗାଁ ନିକଟ ବୁଲାଣି ରାସ୍ତାରେ ଦୁଇ କାର୍‌‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ପାଞ୍ଚ ସାହୁ ଏବଂ ସୁବାଷ ଚନ୍ଦ୍ର ବେହେରାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା କୁହାଯାଇଛି । ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଜି.ଉଦୟଗିରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନଥିବା କୁହାଯାଇଛି ।

Leave A Reply

Your email address will not be published.