pakka

୫୧ ନମ୍ବର ସାକ୍ଷୀ ଭାବରେ ରିମାରାଣୀ ସାହୁଙ୍କ ବୟାନ ରେକର୍ଡ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ୫୧ ନମ୍ବର ସାକ୍ଷୀ ଭାବରେ ରିମାରାଣୀ ସାହୁ ହାଜର ହୋଇ ନିଜର ବୟାନ ଦେଇଛନ୍ତି । କେସ୍‌ରେ ଟିକେ ବିଳମ୍ବ ହେଉଥିଲେ ମଧ୍ୟ ବିଚାର ବିଭାଗୀୟ କେସ୍‌ ଥିବାରୁ କୋର୍ଟ ଉପରେ ତାଙ୍କ ପୁରା ବିଶ୍ୱାସ ରହିଛି ଏବଂ ଦୋଷୀ ନିହାତି ଭାବରେ ଦଣ୍ଡ ପାଇବେ ବୋଲି ରିମାରାଣୀ କହିଛନ୍ତି । ଗତ ୨୦୧୮ ମସିହା ଫେବୃୟାରୀ ୨୩ ତାରିଖ ଦିନ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାର ବୋମା ବିସ୍ପୋରଣ ହୋଇଥିଲା । ଯେଉଁଥିରେ ସ୍ୱାମୀ ସୌମ୍ୟଶେଖର ଏବଂ ଜେଜେ ମା’ଙ୍କର ମୃତ୍ୟୁ ହୋଇଥିଲା । ପାଟଣାଗଡ଼ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ କେସ୍‌ ସାରିବାକୁ ଆଉ ଅଳ୍ପ ସମୟ ଲାଗିବ ବୋଲି ସରକାରୀ ଓକିଲ କହିଛନ୍ତି ।

Leave A Reply

Your email address will not be published.

8 + two =