pakka

ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

bbehera

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ବାରବନ୍ଧା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବୃନ୍ଦାବତୀ ପାଠକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ, ଆଇନଜୀବୀ ସତ୍ୟନାରାୟଣ ସାହୁ, ସମିତି ସଭ୍ୟା ନମିତା ରାଉତ, ଡୁଡୁକାରଞ୍ଜା ଗ୍ରାମପଞ୍ଚାୟତର ସରପଞ୍ଚ ସୂର୍ଯ୍ୟମଣି ପାତ୍ର, ମଦନପୁର ଗ୍ରାମପଞ୍ଚାୟତ ସରପଞ୍ଚ କେତକୀ ଦଣ୍ଡିଆ, ନୁନପୁର ସରପଞ୍ଚ ସବିତା ରଣା, ଡମ କର୍ଲାଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣା, ଅଲାତରା ଗ୍ରାମପଞ୍ଚାୟତର ସରପଞ୍ଚ ସସ୍ମିତା ନାଗ, ସମାଜ ସେବୀ ରାଜେଶ କୁମାର ପାଠକ, ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏବଂ ଆବଶ୍ୟକତାକୁ ଭିତ୍ତି କରି ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟର ବିକାଶ ନେଇ ଲୋକଙ୍କୁ ସଭା ମାଧ୍ୟମରେ ସଚେତନ କରାଯାଇଛି । ପରେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ବିକାଶମୂଳକ କାମକୁ ନେଇ ଏକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ପରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବଜାଶାଲ ଓ କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉଗ୍ରସେନ ଗୌଡ଼, ଜିଆର୍‌ଏସ୍‌ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

nineteen + four =