pakka

ବିଜେଡିର ଯୁବ ସମାବେଶ : କଳିକେଶଙ୍କ ଉପସ୍ଥିତିରେ ସାମିଲ ହେଲେ ହଜାରେରୁ ଅଧିକ ଦଳିତ ଯୁବକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ବଲାଙ୍ଗିର ପକ୍ଷରୁ ଏକ ବିଶାଳ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ସିଂଦେଓଙ୍କ ଉପସ୍ଥିତିରେ ୧୦୦୦ରୁ ଅଧିକ ଦଳିତ ଯୁବକମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ନୂତନ ଭାବେ ଯୋଗ ଦେଇଥିବା ଦଳିତ ଯୁବକମାନଙ୍କୁ ଦଳୀୟ ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଥିବା ବେଳେ ସମସ୍ତେ ଦଳ ପ୍ରତି ଆଗ୍ରହର ସହ କାମ କରିବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଯୁବ ସମାବେଶର ମଞ୍ଚରେ ବଲାଙ୍ଗିରର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଦଳିତ ନେତା ତଥା ୱାର୍ଡ ନଂ ୭ର କାଉନସିଲର ସମ୍ଭୁ ନାଗ ଓ ୱାର୍ଡ ନଂ ୧୦ର କାଉନସିଲର କିଶୋର କୁମ୍ଭାର, ପାଣ୍ଡବ କୁମ୍ଭାର ପ୍ରମୁଖ ମଞ୍ଚାସୀନ ଥିଲେ ।

jay balangir
Leave A Reply

Your email address will not be published.

5 × three =

error: Content is protected !!