ବସ ମାଲିକ କୁଞ୍ଜ ବିହାରୀ ଭୋଇଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସ୍ ମାଲିକ କୁଞ୍ଜ ବିହାରୀ ଭୋଇଙ୍କ ଆଜି ସଂଧ୍ୟା ୫ଘ ୩୦ମି.ରେ ମିନିଟରେ ବୁର୍ଲା ସ୍ଥିତ ସମଲେଶ୍ଵରୀ ହସ୍‌ପିଟାଲରେ ପରଲୋକ ହୋଇଯାଇଛି । ବଲାଙ୍ଗିର ବସ ମାଲିକ ସଂଘର ସେ ଜଣେ ପ୍ରଗତିଶୀଳ ଓ ପରୋପକାରୀ ସଭ୍ୟ ଭାବେ ଜଣାଶୁଣା ଥିଲେ । ଦୀର୍ଘ ବର୍ଷ ଧରି ତାଙ୍କ ବସ୍‌ ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ହରିଶଙ୍କରରୁ ବଲାଙ୍ଗିରକୁ ଯିବା ଆସିବା କରୁଥିଲା । ହରିଶଙ୍କରକୁ ଗମନାଗମନର ପର୍ଯ୍ୟାସ୍ତ ସୁବିଧା ନଥିବା ବେଳେ ସେ ପ୍ରଥମେ ବସ ସେବା ଆରମ୍ଭ କରିଥିଲେ । ଗତ କିଛି ଦିନ ତଳେ ସେ କୋଭିଡରେ ପିଡୀତ ଥିଲେ । କିସ୍‌ କୋଭିଡ ହସ୍ପିଟାଲରେ ୧୫ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ପୁଣି ଅସୁସ୍ଥତା ଅନୁଭବ କରିବାରୁ ବୁର୍ଲା ସମଲେଶ୍ୱରୀ ହସ୍ପିଟାଲରେ ଏଡ୍‌ମିଟ କରାଯାଇଥିଲା । କିନ୍ତୁ ଆଜି ସଂଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ଜିଲ୍ଲା ଘରୋଇ ବସ ମାଲିକ ସଂଘରେ ଶୋକର ଛାୟା ଖେଳି ଯାଇଛି । ଦୁଇ ଦିନରେ ଦୁଇ ଜଣ ବସ ମାଲିକଙ୍କ ବିୟୋଗରେ ଘରୋଇ ବସ ମାଲିକ ସଂଘର ସଭ୍ୟ ମାନେ ମ୍ରିୟମାଣ ହୋଇ ଯାଇଛନ୍ତି । ଗତ କାଲି ସ୍ଵରାଜ ସିଂହଦେଓଙ୍କ ପରଲୋକ ହୋଇଥିବା ବେଳେ ପୁଣି ଆଜି ସଂଘର ସକ୍ରିୟ ସଭ୍ୟ କୁଞ୍ଜ ବିହାରୀ ଭୋଇଙ୍କ ବିୟୋଗ ସଂଘ ପାଇଁ ଅପୂରଣୀୟ କ୍ଷତି ବୋଲି ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା କହିଛନ୍ତି । ଖବର ଜାଣିବା ପରେ ଓଡିଶା ରାଜ୍ୟ ଘରୋଇ ବସମାଲିକ ସଂଘ ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସମେତ ରାଜ୍ୟର ଅନେକ ଆଞ୍ଚଳିକ ବସ ମାଲିକ ସଂଘ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four × five =

error: Content is protected !!