csstore

ବିଜେପି ଦଳର ଟାଣୁଆ ନେତା ପ୍ରମୋଦ ଭୋଇ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଉପଖଣ୍ଡ ପଦ୍ମପୁର ସିମାନ୍ତକୁ ଲାଗିରହିଥିବା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ଯାଉଥିବା ବଡଉଡେନ ଗ୍ରାମର ସୁପରିଚିତ ଗୈାନ୍ତିଆ ପ୍ରମୋଦ ଭୋଇ ଆଉ ନାହାନ୍ତି । ସେ କିଛି ଦିନ ହେଲା ମହାମାରୀ କରୋନା ରୋଗରେ ପିଡୀତ ହୋଇ ପଦ୍ମପୁର ଜେନିତ କୋଭିଡ ସେଣ୍ଟରରେ ପ୍ରଥମେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ତାରେ ଉନ୍ନତି ଦେଖା ନଦେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅନ୍ୟତ୍ର ଉନ୍ନତମାନର ଚିକିତ୍ସା ପାଇଁ ଶ୍ରୀ ଭୋଇଙ୍କ ପରିବାର ଲୋକ କଟକ ସ୍ଥିତ ଷ୍ଟାର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ହେଲେ ଚିକିତ୍ସାବସ୍ଥାରେ ତାଙ୍କର ତା ୦୯.୦୫.୨୦୨୧ ରିଖରେ ମୃତ୍ୟୁ ଘଟିଥିଲା । ଶ୍ରୀ ଭୋଇ ବଲାଙ୍ଗିର ଜିଲ୍ଲାର ବିଜେପି ଦଳର ଏକ ଟାଣୁଆ ସଦସ୍ୟ ଥିଲେ । ତାଙ୍କ ଅକାଳମୃତ୍ୟୁରେ ସମଗ୍ର ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପଛରେ ତାଙ୍କ ଦୁଇ ଝିଅ ରିତୁ ଓ ପୁଜା, ଏକମାତ୍ର ପୁତ୍ର ଉଦିତ ସମେତ ସହଧର୍ମିଣୀ ବୀଣାଙ୍କୁ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି । ଶ୍ରୀ ଭୋଇ ଜଣେ ମିଷ୍ଟଭାଷୀ ତଥା ମେଳାପୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣାଥିଲେ ।

jayashree
Leave A Reply

Your email address will not be published.